Latest Odisha News

BREAKING NEWS

ଅନ୍ତିମ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଲୋପ ପାଇଲା ବ୍ରାଜିଲର ଆୱା ଜନଜାତି

ରିଓ: ବ୍ରାଜିଲର ପୁରାତନ ଜନଜାତି ଆୱାର ସମ୍ପ୍ରଦାୟର ଶେଷ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଏଥିସହ ଏହି ଜନଜାତି ଲୋପ ପାଇଯାଇଛି । ପରିବେଷବିତ ମାନେ ଏ ନେଇ ଦୁଃଖପ୍ରକାଶ କରିଛନ୍ତି । ବ୍ରାଜିଲର ଇଣ୍ଡିଜିନିୟସ ପ୍ରୋଟେକ୍ସନ ଏଜେନ୍ସି ଫୁନାଇ ପକ୍ଷରୁ ଏହି ବ୍ୟକ୍ତିଙ୍କ ମୃତ୍ୟୁ ସ୍ପଷ୍ଟ କରାଯାଇଛି । ତାଙ୍କ ବୟସ ୬୦ ପାଖାପାଖି ହୋଇଥିବ ଏବଂ ତାଙ୍କ ମୃତ୍ୟୁ ପ୍ରାକୃତିକ ଭାବେ ହୋଇଛି ବୋଲି ଗବେଷକମାନେ କହିଛନ୍ତି । ଏହି ବ୍ୟକ୍ତିଜଣଙ୍କ ଜଙ୍ଗଲରେ ରହୁଥିଲେ ଏବଂ କୌଣସି ବାହାର ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ନ ଥିଲେ । ତାଙ୍କୁ ମ୍ୟାନ ଅଫ ଦି ହୋଲ ମଧ୍ୟ କୁହାଯାଏ । କାରଣ ସେ ସର୍ବଦା ଗାତ ଭିତରେ ରହିଥାନ୍ତି । ନିଜ ସୁରକ୍ଷା ପାଇଁ ସେ ବଡ ବଡ ଗାତ ଖୋଳି ତା ମଧ୍ୟରେ ଲୁଚି କରି ବନ୍ୟଜନ୍ତୁ ଏବଂ ଅନ୍ୟ କବଳରୁ ନିଜକୁ ସୁରକ୍ଷିତ ରଖିଥାନ୍ତି ।

ଏହି ଜନଜାତି ଉପରେ ବାହାର ଲୋକଙ୍କ ବାରମ୍ବାର ଆକ୍ରମଣ ଯୋଗୁ ସେମାନଙ୍କ ସଂଖ୍ୟା କମିବାରେ ଲାଗିଥିଲା । ଯଦି କୌଣସି ବାହାର ବ୍ୟକ୍ତି ଏହି ବ୍ୟକ୍ତି ନିକଟକୁ ଗଲେ ସେ ତାଙ୍କୁ ଜାଲରେ ପକାଇ ତୀରରେ ଆକ୍ରମଣ କରିଥାଏ । ଆୱା ଜନଜାତିକୁ ବ୍ରାଜିଲର ମୂଳ ବାସିନ୍ଦା ଭାବେ ବିବେଚନା କରାଯାଇଥାଏ । ୨୦୧୮ରେ ଏ ନେଇ ଫିଲ୍ମ ମଧ୍ୟ ସ୍ଥାନୀୟ ସରକାର ପ୍ରସ୍ତୁତ କରିଥିଲେ ।

Leave A Reply

Your email address will not be published.