Latest Odisha News

ଅଟଲୀଙ୍କ ଆଗାମୀ ଫିଲ୍ମରେ ବରୁଣଙ୍କ ସହ ଅଭିନୟ କରିବେ କୀର୍ତି ସୁରେଶ

ମାଡ୍ରାସ:ଜୱାନ ପରେ ଅଟଲୀ କୁମାର ତାଙ୍କର ଆଗାମୀ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଏହି ଫିଲ୍ମର ନାମକରଣ କରାଯାଇ ନାହିଁ । ବରୁଣ ଧାୱନଙ୍କ ସହ ସାଉଥର ଲୋକପ୍ରିୟ ଅଭିନେତ୍ରୀ କୀର୍ତି ସୁରେଶ ଏକତ୍ର ଅଭିନୟ କରିବେ । ଏଟଲୀଙ୍କ ପ୍ରଡକ୍ସନ କମ୍ପାନୀ ଓ ସେନ ୧ ଷ୍ଟୁଡିଓ ମିଳିତ ଭାବେ ଏହି ଫିଲ୍ମ ନିର୍ମାଣ କରୁଛନ୍ତି । କୀର୍ତିଙ୍କ ଫିଲ୍ମ ମହାନଟୀ ଦେଶ ଓ ବିଦେଶରେ ଭଲ ବ୍ୟବସାୟ କରିଥିଲା । ତାଙ୍କର ଆଗାମୀ ଫିଲ୍ମ ଭୋଲା ଶଙ୍କର ମଧ୍ୟ ଏବେ ଚର୍ଚ୍ଚାରେ ରହିଛି । ତେବେ ବରୁଣ ଅଭିନୀତ ଭିଡି ୧୮କୁ ଏଟଲୀ କିନ୍ତୁ ନିର୍ଦ୍ଦେଶନା ଦେବେ ନାହିଁ ।

ତାମିଲ ସିନେମାର ଦକ୍ଷ ନିର୍ଦ୍ଦେଶକ କଲୀଣ ଏହାର ନିର୍ଦ୍ଦେଶନା ଦେବେ । ଏହା ସମ୍ପୂର୍ଣ୍ଣ ଭାବେ ଏକ ଆକ୍ସନ ଫିଲ୍ମ ହେବ । ଅଟଲୀଙ୍କ ପତ୍ନୀ ପ୍ରିୟା ଏହି ଫିଲ୍ମର ନିର୍ମାତା ହେବେ । ବରୁଣଙ୍କ ଭେଡିଆ ଫିଲ୍ମ ଫ୍ଲପ ହେବା ପରେ ସେ ଏବେ ଜାହ୍ନବୀ କାପୁରଙ୍କ ସହ ବବାଲର ସଫଳତା ନେଇ ଆଶାୟୀ ଅଛନ୍ତି । ବରୁଣ ଓ କୀର୍ତିଙ୍କ କମ୍ବିନେଶନ ଦର୍ଶକଙ୍କୁ ପସନ୍ଦ ଆସୁଛି କି ନାହିଁ ତାହା ଫିଲ୍ମ ରିଲିଜ ହେଲା ପରେ ଜଣାପଡିବ ।

Leave A Reply

Your email address will not be published.