Latest Odisha News

BREAKING NEWS

ନିଜକୁ ଆଇସୋଲେଶନରେ ରଖିଲେ ବସୁନ୍ଧରା ରାଜେ ଓ ଦୁଷ୍ମନ୍ତ

ନୂଆଦିଲ୍ଲୀ:କରୋନା ଭାଇରସ ନେଇ ସତର୍କତା ଅବଲମ୍ବନ କରିବା ପାଇଁ ସରକାର ସବୁ ଦିଗରୁ ଉଦ୍ୟମ କରୁଛନ୍ତି । ଏଥିପାଇଁ ନାଗରିକମାନେ ମଧ୍ୟ ସଚେତନ ହେବା ଉଚିତ । ବଲିଉଡ ଗାୟିକା କନିକା କାପୁରଙ୍କ ଦାୟିତ୍ୱହୀନତା ଯଦି ପ୍ରମାଣିତ ହୁଏ ତାହାହେଲେ ଏହା ଏକ ଗମ୍ଭୀର ସମସ୍ୟା ସୃଷ୍ଟି କରିବ । କନିକା ଲଣ୍ଡନରୁ ଫେରିବା ପରେ ଲକ୍ଷ୍ନୌର ଏକ ପାର୍ଟିରେ ଯୋଗ ଦେଇଥିଲେ । ଏହି ପାର୍ଟିରେ ବିଜେପିର ତୁଙ୍ଗ ନେତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ଓ ତାଙ୍କ ପୁଅ ଦୁଷ୍ମନ୍ତ ଯାଇଥିଲେ ।

କନିକାଙ୍କୁ କରୋନା ହୋଇଥିବା ଜଣାପଡିବା ପରେ ବସୁନ୍ଧରା ଏବଂ ସାଂସଦ ଦୁଷ୍ମନ୍ତ ଏବେ ସେଲ୍ଫ ଆଇସୋଲେଶନରେ ରହିଛନ୍ତି । ଅପରପକ୍ଷରେ କନିକା ନିଜ ଭୁଲ ସ୍ୱୀକାର କରିବା ବଦଳରେ ବିମାନବନ୍ଦର ଅଧିକାରୀଙ୍କୁ ଦୋଷ ଦେବା ସହ ତାଙ୍କୁ କାହିଁକି ଆଇସୋଶେଲନରେ ରଖାଯାଇଛି ତାହା କହିଛନ୍ତି ।

Leave A Reply

Your email address will not be published.