Latest Odisha News

BREAKING NEWS

କରୋନା ସଂକ୍ରମଣ ବିପଦ: ଶନିବାର ଠାରୁ ଯୁଗ୍ମ-ଅଯୁଗ୍ମ ନିୟମ ଲାଗୁ କରିବାକୁ ବିଏମସିର ନିଷ୍ପତ୍ତି

ଭୁବନେଶ୍ୱର: କରୋନା ଭୁତାଣୁ ସଂକ୍ରମଣର ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ରାସ୍ତାରେ ଯାନବାହନ ସଂଖ୍ୟା କମ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସର୍ବସାଧାରଣ ପରିବହନ ବ୍ୟବସ୍ଥାରେ ଯୁଗ୍ମ – ଅଯୁଗ୍ମ (ଅଡ଼-ଇଭିନ) ଯୋଜନା ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଶନିବାର ଠାରୁ ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରାଯିବା ନେଇ ସୂଚନା ମିଳିଛି ।

ଆଧିକାରିକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବସ, ଟାକ୍ସି ଓ ଅଟୋ ଗୁଡିକ ଯୁଗ୍ମ – ଅଯୁଗ୍ମ ଦିନରେ ରାସ୍ତାରେ ଚାଲିବ । ଯୁଗ୍ମ ଦିନରେ ଯୁଗ୍ମ ରେଜିଷ୍ଟ୍ରେସନ ନମ୍ବରର ଗାଡି ଚାଲିବାକୁ ଥିବା ବେଳେ ଅଯୁଗ୍ମ ଦିନ ମାନଙ୍କରେ ଅଯୁଗ୍ମ ରେଜିଷ୍ଟ୍ରେସନ ନମ୍ବର ରହିଥିବା ଗାଡି ଗୁଡିକ ଚାଲିବ ।

ତେବେ ଏହି କଟକଣା କେବଳ ସର୍ବସାଧାରଣ ପରିବହନ ଗାଡି ବା ପବ୍ଲିକ ଟ୍ରାନ୍ସପୋର୍ଟ ବ୍ୟବସ୍ଥାରେ ଲାଗୁ ହେବାକୁ ଥିବା ସୂଚନା ମିଳିଛି । ଘରୋଇ ରେଜିଷ୍ଟ୍ରେସନ ଥିବା ଗାଡି କିମ୍ବା ଅନ୍ୟ ପ୍ରକାରର ସରକାରୀ ବା ଭଡାରେ ଚାଲିଥିବା ଗାଡି ଉପରେ ଏହି କଟକଣା ଲାଗୁହେବନାହିଁ ବୋଲି କୁହାଯାଇଛି ।

ସେହିଭଳି ଜରୁରୀ କ୍ଷେତ୍ରରେ ବ୍ୟବହୃତ ସରକାରୀ, ଘରୋଇ କିମ୍ବା ଡାକ୍ତରଖାନା ଗାଡିଗୁଡିକ ଉପରେ କୌଣସି କଟକଣା ରହିବ ନାହିଁ ।

ସୂଚନାଯୋଗ୍ୟ ଯେ ପୂର୍ବରୂ ଦିଲ୍ଲୀରେ ପ୍ରଦୂଷଣକୁ କମ କରିବାପାଇଁ ଯୁଗ୍ମ-ଅଯୁଗ୍ମ ନିୟମ ଲାଗୁ କରାଯାଇଥିଲା ।

Leave A Reply

Your email address will not be published.