Latest Odisha News

୩୦ରୁ ଅଧିକ ବିରଳ ପ୍ରଜାତିର ସୁରକ୍ଷା ପାଇଁ ବଟରଫ୍ଲାଏ ପାର୍କ ପ୍ରତିଷ୍ଠା କରିଛି ବେଦାନ୍ତ ଆଲୁମିନିୟମ

ଝାରସୁଗୁଡ଼ା: ବେଦାନ୍ତ ଆଲୁମିନିୟମ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ଓଡ଼ିଶାର ଝାରସଗୁଡ଼ାର ପରିସରରେ ନୂଆ ବଟରଫ୍ଲାଏ ପାର୍କ ପ୍ରତିଷ୍ଠା କରିଛି । ଏହି ପାର୍କରେ ଉଦ୍ଭିଦ ପ୍ରଜାତିର ୧୦୦ରୁ ଅଧିକ ଯତ୍ନ ପାଇଁ ମନୋନୀତ କରାଯାଇଛି ଯାହା ୩୦ରୁ ଅଧିକ ବିରଳ ତଥା ସୂକ୍ଷ୍ମ ପ୍ରଜାତିଙ୍କୁ ଆକର୍ଷିତ କରିବ । ପ୍ରଜାପତିଙ୍କ ପାଇଁ ସ୍ଥାନୀୟ ଉଦ୍ଭିଦ ଓ ଜୀବଜନ୍ତୁଙ୍କ ପାଇଁ ବିରଳ ଫୁଲ ଗଛ, ପକ୍ଷୀ, ମହୁମାଛି ପ୍ରଭୃତିଙ୍କ ସାରୋହରେ ଏକ ଇକୋ ପରିବେଶ ସୃଷ୍ଟି ହୋଇ ପାରିବ । ବେଦାନ୍ତ ଆଲୁମିନିୟମ ପକ୍ଷରୁ ଝାରସୁଗୁଡ଼ାର ପରିବେଶ ପାଇଁ ଏହା ପ୍ରସ୍ତୁତ କରାଯାଇଛି ।

ବେଦାନ୍ତ ଆଲୁମିନିୟମ ଦୃଢ ଭାବରେ ବିଶ୍ୱାସ କରେଯେ ଜୈବ ବିବିଧତାର ବିକାଶ ପରିବେଶ, ସମାଜ ଓ ଶାସନ ଉପରେ ପ୍ରଭାବ ପକାଇବ । ଏହାର ଉତ୍କର୍ଷତା ଓ ଜାତି ସଂଘର ଲକ୍ଷ୍ୟ ହାସଲ ପାଇଁ କମ୍ପାନି ପ୍ରତିବଦ୍ଧ ରହିଛି । ଭାରତ ସରକାରଙ୍କ ଉଦ୍ୟମ ଜୀବନ ଶୈଳୀ ପାଇଁ ପରିବେଶ- ଲାଇଫର ନୀତି ପାଳନ କରି କମ୍ପାନି ତାର କାର୍ଯ୍ୟକଳାପରେ ଜୈବ ବିବିଧତାର ସୁରକ୍ଷା ପାଇଁ ପ୍ରୟାସ ଜାରି ରଖିଛି । ଏହା ଦ୍ୱାରା ବିଲୁପ୍ତ ପ୍ରାୟ ପ୍ରଜାତିର ବାସସ୍ଥାନର ପୁନରୁଦ୍ଧାର ଓ ସଂରକ୍ଷଣ ହୋଇପାରିବ । ବଟରଫ୍ଲାଏ ପାର୍କ ପରି ପଦକ୍ଷେପ ମାଧ୍ୟମରେ ବେଦାନ୍ତ ମଧ୍ୟ ମିଳିତ ଜାତି ସଂଘ ଆଭିମୁଖ୍ୟ ପ୍ରତି ଅବଦାନ ଯୋଗାଉଛି।

ଏହି ଅବସରରେ ଉଦବୋଧନ ଦେଇ ସୁନୀଲ ଗୁପ୍ତା, ସିଇଓ- ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ା କହିଛନ୍ତି- ବେଦାନ୍ତ ଆଲୁମିନିୟମରେ ଆମେ ବିଶ୍ୱାସ କରୁ ଯେ ପରିବେଶର ସ୍ଥିରତା ପାଇଁ ଜୈବ ବିବିଧତା ପ୍ରତିପାଦନ କରିବା ଜରୁରୀ । ସ୍ଥାନୀୟ ଉଦ୍ଭିଦ ଓ ଜିବଜନ୍ତୁଙ୍କ ସଂରକ୍ଷଣ ପାଇଁ ସ୍ଥାନୀୟ ଗୋଷ୍ଠୀ ସହାୟତାରେ ଆମର ପରିବେଶ ପରିଚାଳନା ଦାୟିତ୍ୱ ଆହୁରି ମଜବୁତ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ। ବଟରପାର୍କର ପ୍ରତିଷ୍ଠା କରି ଆମେ ଆମେ ପରିବେଶର ବିକାଶ ଓ ଭବିଷ୍ୟତ ଲାଗି ଏକ ସବୁଜ ତଥା ସ୍ଥାୟୀ ପରିବେଶ ଗଠନରେ ସହାୟକ ହେବୁ ।

ବିଶ୍ୱ ପରିବେଶ ସପ୍ତାହ ଓ ଜୈବ ବିବିଧତା ସପ୍ତାହର ଏକ ଅଂଶ ଭାବରେ କମ୍ପାନି ଏହାର ବାର୍ଷିକ ଆଭିମୁଖ୍ୟରେ ଏହାର ଚାଲୁ ରହିଥିବା ଗ୍ରୀନ ହାର୍ଟସ ଅଭିଯାନରେ ଏହି ପଦକ୍ଷେପ ଗ୍ରହଣ କରିଛି:

  • ଝାରସୁଗୁଡ଼ାରେ ରୋଟାରି କ୍ଲବ ସହିତ ମିଶି ସହରରେ ସ୍ୱଛତା ଅଭିଯାନ ।
  • ଝାରସୁଗୁଡ଼ାର ଏକ ସ୍ୱତନ୍ତ୍ର ଶିକ୍ଷା ମହାବିଦ୍ୟାଳୟ ଆଶା କିରଣରେ ଆୟୋଜିତ ପ୍ଲାଷ୍ଟିକ ପ୍ରଦୂଷଣ ଉପରେ ସଚେତନତା କାର୍ଯ୍ୟକ୍ରମରେ ଉତ୍ସାହ ସୃଷ୍ଟି ।
  • ଦୁର୍ବଳ ପ୍ରଜାତିର କ୍ଲୋରୋସ୍କିଲନ ସୁଇଟେନିଆର ବୃକ୍ଷ ରୋପଣ ଅଭିଯାନ ।
  • କର୍ମଚାରୀଙ୍କ ମଧ୍ୟରେ ଏକ ସ୍ୱଛ ଓ ସବୁଜ ପରିବେଶ ସୃଷ୍ଟି ପାଇଁ ସେମାନଙ୍କ ପ୍ରତବିଦ୍ଧତାକୁ ଦର୍ଶାଇ ସାଇକେଲ ରାଲି ଓ ୱାକାଥନ କାର୍ଯ୍ୟକ୍ରମ ।
  • ଡ୍ରାମା ଓ କାହାଣୀରେ ଜଡ଼ିତ ମାଧ୍ୟମ ଜରିଆରେ କ୍ଷତିକାରକ ପ୍ରଭାବ ସଂପର୍କରେ ସଚେତନତା ।
  • ପରିବେଶ ଉପଯୋଗୀ ବିଷୟକୁ ନେଇ ପିଲାମାନଙ୍କ ମଧ୍ୟରେ ଚିତ୍ରାଙ୍କନ ଓ ଫ୍ୟାନସି ଡ୍ରେସ ପ୍ରତିଯୋଗିତା ।

ସ୍ଥାନୀୟ ଗୋଷ୍ଠୀ ସହିତ ମିଶି ବେଦାନ୍ତ ଆଲୁମିନିୟମ ସଫଳତାର ସହ ବହୁ ସଂଖ୍ୟକ ବୃକ୍ଷ ରୋପଣ କରିଛି ଓ ପରିବେଶକୁ ସବୁଜ ସୁନ୍ଦର କରିବା ସହ କାର୍ବନ ସିଙ୍କ ସୃଷ୍ଟି କରିଛି ।

ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୩ ରେ ୨.୨୯ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ର‌୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୨ରେ ୨ୟ ର‌୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା ।

ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ୱ ଶ୍ରେଣୀୟ ସ୍ମେଲ୍‌ଟର, ପାୱାର ପ୍ଲାଂଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

Leave A Reply

Your email address will not be published.