Latest Odisha News

BREAKING NEWS

ରାଜଧାନୀରେ ଜଳ ସେବା ଶିବିର ଆରମ୍ଭ କଲା ବେଦାନ୍ତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ଉତାପ ସାଙ୍ଗକୁ ତାପମାତ୍ରା ୪୨ ଡିଗ୍ରୀରୁ ଅଧିକ ହୋଇଥିବା ସମୟରେ ଗରମରୁ ମୁକ୍ତି ପାଇବା ପାଇଁ ଶୀତଳ ଜଳ,ଲେମ୍ବୁ,ପାଣି ଓ ବଟର ମିଲ୍କ ଆବଶ୍ୟକତା , ଗରିବ ଲୋକମାନେ ଗ୍ରୀଷ୍ମ ତାତିରୁ ରକ୍ଷା ପାଇବା ଲାଗି ସୁରକ୍ଷା ଖୋଜୁଥିଲାବେଳେ ବେଦାନ୍ତ କଂପାନି ବିଏମସି ସହଯୋଗରେ ବିଏମସି ଦ୍ୱାରା ଚିହ୍ନିତ ୧୫ଟି ପ୍ରମୁଖ ସ୍ଥାନରେ ଜଳ ସେବା ଶିବିର ସ୍ଥାପନ କରିଛି ।

ଏହି ଶିବିରରେ ଲୋକମାନଙ୍କୁ ୨୨ ଜୁନର ମଧ୍ୟଭାଗ ପର୍ଯ୍ୟନ୍ତ ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଶୀତଳ ପାଣି, ଲେମ୍ବୁ ପାଣି ଓ ବଟର ମିଲକ୍ ପ୍ରଦାନ କରାଯିବ । ଏହି କିଓକ୍ସ ଗୁଡ଼ିକୁ ଦୁଇଟି ସ୍ୱେଛାସେବୀ ସଂଗଠନ ଅଟୋ ମହାସଂଘ ଓ ଦୀଶା , ବାଇଓଗ୍ରାମ ଏକ ମହିଳା ଷ୍ଟାର୍ଟଅପ ଦ୍ୱାରା ପରିଚାଳନା କରାଯାଉଛି । ଏବେ ସବୁ କିଓକ୍ସ ଗୁଡ଼ିକୁ ଭୁବନେଶ୍ୱରର ମେୟର ସୁଲୋଚନା ଦାସ ଉଦଘାଟନ କରିଥିଲେ ଓ ଏହି ଅବସରରେ ପୂର୍ବତନ ସିଏମଡି ନାଲକୋ ଓ ପ୍ରେସିଡେଂଟ- ବେଦାନ୍ତ ଏବଂ ଇସ୍ପାତ, କୋଇଲା ଓ ଆଲୁମିନିୟମ କ୍ଷେତ୍ରରେ ଉତମ ସିଏସଆର କାର୍ଯ୍ୟ ପାଇଁ ପ୍ରଶଂସିତ ଡ.ତପନ ଚାନ୍ଦ ଉପସ୍ଥିତ ଥିଲେ ।

ଶ୍ରୀମତୀ ସୁଲୋଚନା ଦାସ ଯଥା ସମୟରେ ବିଏମସି ଓ ବେଦାନ୍ତ ପକ୍ଷରୁ ଗ୍ରହଣ କରାଯାଇଥିବା ଏହି ପଦକ୍ଷେପକୁ ପ୍ରଶଂସା କରିଥିଲେ । ସେ ମଧ୍ୟ ସବୁଜିମା ବିକାଶ ଓ ବର୍ଷା ସୃଷ୍ଟି ପାଇଁ ବୃକ୍ଷରୋପଣ କରିବାକୁ ପରାମର୍ଶ ଦେଇଥିଲେ । ବେଦାନ୍ତ ଆଲୁମିନିୟମ ଓ ପାୱାରର ସିଇଓ ରାହୁଲ ଶର୍ମା, ଏହି ଜଳ ସେବା ଶିବିରର ଆବଶ୍ୟକତା ସଂପର୍କରେ ସୂଚନା ଦେଇଥିଲେ । ବେଦାନ୍ତ ପକ୍ଷରୁ ମଧ୍ୟ ଖୁବ ଶୀଘ୍ର ରାଜ୍ୟବ୍ୟାପୀ ଏହି ପରି ଅନେକ କାର୍ଯ୍ୟକ୍ରମ କରାଯିବ ।

ଏହି ସମାରୋହରେ ଓଡ଼ିଶାର କେତେକ ପ୍ରତିଷ୍ଠିତ ବ୍ୟକ୍ତି ଯୋଗଦେଇଥିଲେ । ଗଭର୍ନର ହାଉସ ନିକଟରେ ସେବା ଶିବିର ଉଦଘାଟନ କରିବା ସମୟରେ ଓଡ଼ିଆ ସୁପରଷ୍ଟାର ସବ୍ୟସାଚି ମିଶ୍ର କହିଥିଲେଯେ ବେଦାନ୍ତ ହେଉଛି ଲୋକମାନଙ୍କର ବନ୍ଧୁ । ପଦ୍ମବିଭୂଷଣ ଶ୍ରୀ ସୁଦର୍ଶନ ସାହୁ ଓ ପଦ୍ମଶ୍ରୀ ପ୍ରଭାକର ମହାରଣା ବାଣି ବିହାର ଓ ନୟାପଲ୍ଲୀ ସ୍ଥିତ ଜଳସେବା ଶିବିରକୁ ଉଦଘାଟନ କରି କହିଥିଲେଯେ ବେଦାନ୍ତ ଆଲୁମିନିୟମ ସର୍ବଦା ଓଡ଼ିଶାର କଲ୍ୟାଣ ପାଇଁ କାର୍ଯ୍ୟକରି ଆସୁଛି ।

ପଦ୍ମଶ୍ରୀ ଅରୁଣା ମହାନ୍ତି ମାଷ୍ଟର କ୍ୟାଂଟିନ ଜଳସେବା ଶିବିର ଉଦଘାଟନ କରିଥିଲେ ଓ ଗରିବ ଲୋକମାନଙ୍କ ସେବା ପାଇଁ ବେଦାନ୍ତର ଭୂମିକାକୁ ପ୍ରଶଂସା କରିଥିଲେ । ଶିବ ଚିଦାନନ୍ଦ ସେଂଟେନାରୀ ବିଦ୍ୟାଳୟର ସ୍ୱାମୀ ଜଗଦାନନ୍ଦ ରବିନ୍ଦ୍ର ସଦନ ନିକଟରେ ଥିବା ଶିବିର ଉଦଘାଟନ କରିଥିଲେ ଓ ବେଦାନ୍ତର ଏହି ମହତ କାର୍ଯ୍ୟକୁ ଆଶୀର୍ବାଦ ଦେଇଥିଲେ ।

ଶ୍ରିୟା ଟକିଜ ନିକଟ ଗୁରୁଦ୍ୱାର ଜଳ ସେବା କେନ୍ଦ୍ରକୁ ଉଦଘାଟନ କରିଥିଲେ ପ୍ରଖ୍ୟାତ ସମାଜସେବୀ ଆରତି ଦେବୀ ସେ ଲାଂଜିଗଡ଼ ଓ ଝାରସୁଗୁଡ଼ାରେ ବେଦାନ୍ତ ପକ୍ଷରୁ କରାଯାଉଥିବା ଜନମଙ୍ଗଳ କାର୍ଯ୍ୟକୁ ପ୍ରଶଂସା କରିଥିଲେ । କୀଟ ଇଂଟରନ୍ୟାସନାଲ ସେଂଟରର ନିର୍ଦ୍ଦେଶକ ଶ୍ରୀ ଜୟନ୍ତ ପରିଡ଼ା ଓ ଏଲଟି ଜେନେରାଲ ଜେକେ ମହାନ୍ତି ଅଧ୍ୟକ୍ଷ, ଭାରତୀୟ ବିଦ୍ୟା ଭବନ, ଭୁବନେଶ୍ୱର ଜଳସେବା କେନ୍ଦ୍ର ଉଦଘାଟନ ସମୟରେ ବେଦାନ୍ତକୁ ବହୁ ପ୍ରଶଂସା କରିଥିଲେ । ବହୁ ଜନକଲ୍ୟାଣ ସଂଘ, ନାଗରିକ ସଂଗଠନ ଓ ଗୋଷ୍ଠୀ ରାଜ୍ୟ ସ୍ତରରେ ବେଦାନ୍ତର ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.