Latest Odisha News

BREAKING NEWS

Men’s Hockey India League 2026: କଳିଙ୍ଗର କ୍ରମାଗତ ଚତୁର୍ଥ ବିଜୟ ;ପରବର୍ତ୍ତୀ ମ୍ୟାଚ ଭୁବନେଶ୍ବରରେ…

ରାଞ୍ଚି:ବେଦାନ୍ତ କଳିଙ୍ଗ ଲାନସର୍ସ (Vedanta Kalinga Lancers)ପୁରୁଷ ହିରୋ ହକି ଇଣ୍ଡିଆ ଲିଗରେ ନିଜର ଅପରାଜିତ ଧାରା ବଜାୟ ରଖିଛି । ଆଜି ରାଞ୍ଚି ସ୍ଥିତ (ବୁଧବାର ଦିନ) ମାରାଙ୍ଗ ଗୋମକେ ଜୟପାଲ ସିଂହ ଆଷ୍ଟ୍ରୋ ଟର୍ଫ ହକି ଷ୍ଟାଡିୟମରେ ହାଇଦ୍ରାବାଦ ତୁଫାନ୍ସ (Hyderabad Toofans)ବିପକ୍ଷରେ ବେଦାନ୍ତ କଳିଙ୍ଗ ଲାନସର୍ସ ୧-୦ ଗୋଲରେ ବିଜୟ ହାସଲ କରିଛି। ତେବେ ଟିମ୍ କଳିଙ୍ଗ ୧୧ ପଏଣ୍ଟ ସହ ଟେବୁଲର ଶୀର୍ଷରେ ରହିଛି ।

ଏପଟେ କଳିଙ୍ଗ ଲାନସର୍ସ ପରବର୍ତ୍ତୀ ମ୍ୟାଚ ନିଜର ଘରୋଇ ଗ୍ରାଉଣ୍ଡ ଭୁବନେଶ୍ବରରେ SG Pipers ବିପକ୍ଷରେ ଖେଳିବ ।

 

ସୂଚନାଥାଉକି, ଆଜିର ମ୍ୟାଚରେ ଏକମାତ୍ର ଗୋଲ ଦେଇ (Alexander Hendrickx )ଆଲେକଜାଣ୍ଡାର ହେଣ୍ଡ୍ରିକ୍ସ (40’)କଳିଙ୍ଗ ଲାନ୍ସର୍ସକୁ ବିଜୟୀର ସ୍ବାଦ ଚଖେଇଛନ୍ତି ।

 

ତେବେ ହିରୋ ହକି ଇଣ୍ଡିଆ ଲିଗର ସମସ୍ତ ମ୍ୟାଚ୍ ସୋନି ସ୍ପୋର୍ଟସ୍ ଟେନ୍ ୧, ସୋନି ସ୍ପୋର୍ଟସ୍ ଟେନ୍ ୩ ଏବଂ ଡିଡି ସ୍ପୋର୍ଟସ୍ ରେ ସିଧା ପ୍ରସାରଣ କରାଯାଉଛି । ମ୍ୟାଚ୍ ଗୁଡ଼ିକ ୱେଭ୍ସ ଏବଂ ହକି ଇଣ୍ଡିଆ ଲିଗ୍ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ସିଧା ପ୍ରସାରଣ ଦେଖିପାରିବେ ଦର୍ଶକ ।

Leave A Reply

Your email address will not be published.