ଚେନ୍ନାଇ:ରବିବାର ଚେନ୍ନାଇର ମେୟର ରାଧାକୃଷ୍ଣନ ହକି ଷ୍ଟାଡିୟମରେ ପୁରୁଷ ହିରୋ ହକି ଇଣ୍ଡିଆ ଲିଗ୍ (HIL)ରେ ବେଦାନ୍ତ କଳିଙ୍ଗ ଲାନସର୍ସ(Vedanta Kalinga Lancers) ଦମଦାର୍ ପ୍ରଦର୍ଶନ କରି ଚଳିତ ସିଜନ ବିଜୟରୁ ଆରମ୍ଭ କରିଛି । ରାଞ୍ଚି ରୟାଲ୍ସକୁ ୪-୨ ଗୋଲରେ ପରାସ୍ତ କରିଛି ଓଡିଶା ଭିତ୍ତିକ ଦଳ କଳିଙ୍ଗ ଲାନସର୍ସ । ବେଦାନ୍ତ କଳିଙ୍ଗ ଲାନସର୍ସ ପାଇଁ ଆଲେକଜାଣ୍ଡାର ହେଣ୍ଡ୍ରିକ୍ସ (Alexander Hendrickx)(7′, 28′) ଏବଂ ଗୁରସାହିବଜିତ ସିଂହ(Gursahibjit Singh) (16′, 26′) ଗୋଲ ସ୍କୋର କରିଥିଲେ ।
ବିପକ୍ଷ ଦଳ ରାଞ୍ଚି ରୟାଲ୍ସ (Ranchi Royals)ପାଇଁ ଟମ୍ ବୁନ୍(Tom Boon) (1′) ଏବଂ ମନଦୀପ ସିଂହ (Mandeep Singh )(9′) ଗୋଲ ସ୍କୋର କରିଥିଲେ।
Back-to-back goals.
Total control.
A statement made. 🫡💯Vedanta Kalinga Lancers seal a commanding 4–2 win over Ranchi Royals in Match 3️⃣
of the Men’s HERO Hockey India League.Watch the HERO Hockey India League live on
Sony Ten 1 | Sony Ten 3 Hindi | Doordarshan Sports |… pic.twitter.com/Rg7xEd6n2h— Hockey India League (@HockeyIndiaLeag) January 4, 2026
This was authority, shown over four quarters! 🙇♂️🔥
Vida Electric Player of the Match: Antoine Kina
for a commanding all-round performance for Vedanta Kalinga Lancers in Match 3️⃣ of the Men’s HERO Hockey India League.Watch the HERO Hockey India League live on
Sony Ten 1 | Sony… pic.twitter.com/IvLPlFfmKM— Hockey India League (@HockeyIndiaLeag) January 4, 2026
ସୂଚନାଥାଉକି କଳିଙ୍ଗ ତା’ର ପରବର୍ତ୍ତୀ ମ୍ୟାଚ ଆସନ୍ତା ୮ତାରିଖ ଦିନ ଶ୍ରାଚି ବେଙ୍ଗଲ ଟାଇଗର୍ସ ବିପକ୍ଷରେ ଖେଳିବ ।
ପୁରୁଷ HILରେ ସ୍ଥାନ ପାଇଥିବା ଆଠଟି ଦଳ ମଧ୍ୟରେ ଡିଫେଣ୍ଡିଂ ଚାମ୍ପିଅନ୍ ଶ୍ରାଚି ବେଙ୍ଗଲ୍ ଟାଇଗର୍ସ, ହାଇଦ୍ରାବାଦ ତୁଫାନ୍ସ, JSW ସୋରମା ହକି କ୍ଲବ୍, SG ପାଇପର୍ସ, ତାମିଲନାଡୁ ଡ୍ରାଗନ୍ସ, ଓଡ଼ିଶାଭିତ୍ତିକ ଦଳ ବେଦାନ୍ତ କଳିଙ୍ଗ ଲାନ୍ସର୍ସ, ରାଞ୍ଚି ରୟାଲ୍ସ ଏବଂ UP ରୁଦ୍ରସ୍ କୁ ଅଧିକାର କରିଥିବା HIL GC ଅନ୍ତର୍ଭୁକ୍ତ।
ରାଞ୍ଚିରେ ମହିଳା ହକି ଇଣ୍ଡିଆ ଲିଗ୍ ଚାଲିଥିବାବେଳେ ଏପଟେ ପୁରୁଷଙ୍କ ଲିଗ୍ ଗତ ଶନିବାର(୩ ଜାନୁଆରୀ)ରୁ ଚେନ୍ନାଇରେ ଆରମ୍ଭ ହୋଇଛି । ଚେନ୍ନାଇର ମେୟର ରାଧାକ୍ରିଷ୍ଣନ୍ ହକି ଷ୍ଟାଡିୟମ୍ରେ ୯ ତାରିଖ ପର୍ଯ୍ୟନ୍ତ ଏହି ଲିଗ୍ର ପ୍ରଥମ ୧୦ ମ୍ୟାଚ୍ ଖେଳାଯିବ। ଗୋଟିଏ ଦିନର ବିଶ୍ରାମ ପରେ ୧୧ରୁ ୧୬ ତାରିଖ ପର୍ଯ୍ୟନ୍ତ ୯ ମ୍ୟାଚ୍ ରାଞ୍ଚିରେ ଖେଳାଯିବ। ଲିଗ୍ ପର୍ଯ୍ୟାୟର ଶେଷ ୯ ମ୍ୟାଚ୍ ସହ କ୍ବାଲିଫାୟର, ଏଲିମିନେଟର୍, ତୃତୀୟ/ଚତୁର୍ଥ ସ୍ଥାନ ମ୍ୟାଚ୍ ଓ ଫାଇନାଲ୍ ପର୍ଯ୍ୟାୟ ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମ୍ରେ ୧୭ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ଖେଳାଯିବ।
ହିରୋ ହକି ଇଣ୍ଡିଆ ଲିଗର ସମସ୍ତ ମ୍ୟାଚ୍ Sony Sports Ten 1, Sony Sports Ten 3 ଓ DD Sportsରେ ସିଧା ପ୍ରସାରଣ ହେଉଛି। ଏଥିସହ ମ୍ୟାଚ୍ ଗୁଡ଼ିକ ୱେଭ୍ସ Waves ଏବଂ ହକି ଇଣ୍ଡିଆ ଲିଗ୍ ୟୁଟ୍ୟୁବ୍ ଚ୍ୟାନେଲ( Hockey India League YouTube channel)ରେ ମଧ୍ୟ ସିଧା ପ୍ରସାରଣ ଦେଖିପାରିବେ ହକି ପ୍ରେମୀ ।