ଭୁବନେଶ୍ବର: ଆନ୍ଦୋଳନରୁ ଓହରିଲା ରାଜଧାନୀ କଞ୍ଚା ପରିବା ମହାଜନ ସଂଘ । ଆସନ୍ତାକାଲିଠୁ ଆନ୍ଦୋଳନ କରିବାକୁ ଘୋଷଣା କରିଥିଲେ । କିନ୍ତୁ ବିଏମସି କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିବା ପରେ ଆନ୍ଦୋଳନ ସ୍ଥଗିତ ରଖଛି ପରିବା ବ୍ୟବସାୟୀ ସଂଘ । ଲକ୍ଷ୍ମୀ ପୂଜା ପର୍ଯ୍ୟନ୍ତ ସଂଘ ଆନ୍ଦୋଳନକୁ ସ୍ଥଗିତ ରଖିଛି । ଗତକାଲି ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଅଧ୍ୟକ୍ଷତାରେ ବିଧାୟକ, ଡେପୁଟି କମିଶନର, ଯୋନ ଏସପି ଓ ପରିବା ସଂଘ କୁ ନେଇ ଏକ ବୈଠକ ବସିଥିଲା । ଏଥିରେ ରାଜଧାନୀ କଞ୍ଚା ପନିପରିବା ମହାଜନ ସଂଘର ଦାବିକୁ ନେଇ ଆଲୋଚନା କରାଯାଇଥିଲା ।
ଦାବି ପୂରଣ କରିବାକୁ ପ୍ରଶାସନ ପକ୍ଷରୁ ସମୟ ମଗାଯାଇଛି । ପାର୍ବଣ ସମୟରେ ମାର୍କେଟ ବନ୍ଦ ନକରିବାକୁ ପ୍ରଶାସନ ବାରମ୍ବାର ଅନୁରୋଧ କରିଥିଲା । ଏହାପରେ ଆନ୍ଦୋଳନ ସ୍ଥଗିତ ରହିଛି ବୋଲି ୟୁନିଟ୍ -୧ କଞ୍ଚା ପରିବା ବ୍ୟବସାୟୀ ସଂଘ ସଭାପତି କବିରାଜ ସ୍ୱାଇଁ ସୂଚନା ଦେଇଛନ୍ତି । ଲକ୍ଷ୍ମୀ ପୂଜା ପରେ ପୁଣିଥରେ ବୈଠକ ବସିବ । ଏଥିରେ ମେୟର, ବିଧାୟକଙ୍କ ସହ ଆଲୋଚନା ହେବ ବୋଲି ସୂଚନା ରହିଛି । ପରିବା ମାର୍କେଟକୁ ଆସିବାକୁ ଥିବା ରାସ୍ତାରୁ ଜବରଦଖଲ ହଟାଯାଉ । ଏବଂ ପୂର୍ବଭଳି ବଡ ଗାଡିକୁ ଏହି ସବୁ ରାସ୍ତାରେ ପ୍ରବେଶ ପାଇଁ ଅନୁମତି ଦିଆଯାଉ ବୋଲି ସଂଘ ଦାବି କରିଛି ।
Comments are closed.