Latest Odisha News

BREAKING NEWS

ସ୍ପଷ୍ଟ କଲେ ମନ୍ମଥ ରାଉତରାୟ: ଜଟଣୀରୁ ଛିଡା ହେବା ନିଶ୍ଚିତ କିନ୍ତୁ କଂଗ୍ରେସରୁ ନୁହେଁ

ଭୁବନେଶ୍ୱର:୨୦୨୪ ନିର୍ବାଚନ ପାଇଁ  ସୁର ରାଉତରାୟଙ୍କ ସାନ ପୁଅ କ୍ୟାପଟେନ୍ ମନ୍ମଥ ରାଉତରାୟ ଜଟଣୀ ନିର୍ବାଚନମଣ୍ଡଳୀରୁ ଲଢ଼ିବେ  ।  ଜଟଣୀରୁ ଲଢ଼ିବେ ବୋଲି ନିଜେ  ସ୍ପଷ୍ଟ କରିଛନ୍ତି ମନ୍ମଥ  । ଏକଥା ବି ସ୍ପଷ୍ଟ କରିଛନ୍ତି ଯେ, ସେ ୨୦୨୪ ନିର୍ବାଚନ ଲଢିବେ, ଜଟଣୀରୁ ଛିଡା ହେବେ କିନ୍ତୁ  କଂଗ୍ରେସ ଟିକେଟରୁ ନୁହେଁ । 

ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ ରାଜନୀତିକୁ ଓହ୍ଲାଇବେ । ୨୦୨୪ ନିର୍ବାଚନ ଲଢିବେ । ତେବେ କଂଗ୍ରେସରୁ ଲଢିବେ ନାହିଁ  । କିଛି ଦିନ ତଳେ ଏମିତି ଏକ ବାଇଟ ନିଜେ ଦେଇଥିଲେ ମନ୍ମଥ । ଏହାକୁ ନେଇ ସେତେବେଳେ ରାଜନୀତି ସରଗରମ ହୋଇଥିଲା । ହେଲେ  ସୁର ରାଉତରାୟ ଏହାକୁ ଏହାକୁ ଖଣ୍ଡନ କରିଥିଲେ ଏବଂ ପୁଅ କଂଗ୍ରେସରୁ ଲଢିବ ବୋଲି କହିଥିଲେ ।  ହେଲେ ଏବେ ପୁଣି ଥରେ ମନ୍ମଥଙ୍କ ନିର୍ବାଚନ ଲଢିବା ଚର୍ଚ୍ଚା ଜୋର ଧରିଛି ।

ମିଡିଆ ରିପୋର୍ଟ ଅନୁସାରେ,  ଏବେ ମନ୍ମଥ ନିଜେ କହିଛନ୍ତି, ସେ ୨୦୨୪ ନିର୍ବାଚନ ଲଢିବେ  ଆଉ ଜଟଣୀ ନିର୍ବାଚନ ମଣ୍ଡଳୀରୁ ଛିଡା ହେବେ ।  ହେଲେ କଂଗ୍ରେସ ଟିକେଟରେ ଲଢିବେ ନାହିଁ । ମନ୍ମଥ ଆହୁରି କହିଛନ୍ତି,  ଦୁଇଟି ଦଳ ପକ୍ଷରୁ ତାଙ୍କୁ ଅଫର ଦିଆଯାଇଛି ।   ଦୁଇ ଦଳର ବରିଷ୍ଠ ନେତାଙ୍କ ସହ ତାଙ୍କର ଆଲୋଚନା ହୋଇଛି । ତେବେ କେଉଁ ଦଳକୁ ଯିବେ ସେ ସ୍ଥିର କରି ନାହାନ୍ତି  ।

ନଭେମ୍ବର ପ୍ରଥମ ସପ୍ତାହରେ ଯଦି ତାଙ୍କୁ କ୍ଲିୟରାନ୍ସ ମିଳିଯାଏ ତେବେ ୧୫ ତାରିଖ ସୁଦ୍ଧା ସେ କେଉଁ ଦଳରୁ ଛିଡ଼ା ହେବେ ସ୍ପଷ୍ଟ କରିବେ ବୋଲି କହିଛନ୍ତି ମନ୍ମଥ ।

Leave A Reply

Your email address will not be published.