Latest Odisha News

BREAKING NEWS

ଶ୍ରମିକ ବୋହୁଛି ସରକାରୀ ଗାଡ଼ି

ଜଗତସିଂହପୁର (ତାରାପଦ ମହାନ୍ତି): ନା ଅଛି ନିୟମ କାନୁନକୁ ଖାତିର୍ ନା ଭୟ । କାରଣ ୟେ ହେଉଛି ସରକାରୀ ଗାଡ଼ି । ଯେତେ ଜଣଙ୍କୁ ଇଚ୍ଛା, ଯେମିତି ଇଚ୍ଛା ବସାଇ ନେଇ ପାରିବ । ଜଗତସିଂହପୁର ଜିଲ୍ଲାରେ ଜଳସମ୍ପଦ ବିଭାଗର ଗାଡ଼ି ଶ୍ରମିକ ବୋହୁଥିବା ଦେଖିବାକୁ ମିଳିଛି । ଜଳସମ୍ପଦ ବିଭାଗର ସରକାରୀ ଜିପରେ ଠିକାଦାର ଏକାଧିକ ଶ୍ରମିକଙ୍କୁ କାମ କରିବାକୁ ପଠାଉଛନ୍ତି । ହେଲେ ସରକାରୀ ଗାଡ଼ିରେ ଏତେ ଶ୍ରମିକଙ୍କୁ କିଏ ପଠାଇଲା ସେନେଇ କିଛି କହି ପାରିବେ ନାହିଁ କହି ପଳାଇଛନ୍ତି ଗାଡ଼ି ଡ୍ରାଇଭର ।

ଜଗତସିଂହପୁର ପୌରପରିଷଦ ୧୯ ନମ୍ବର ୱାର୍ଡର ପୁରୋହିତପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ପାଣି ଟାଙ୍କି ନିର୍ମାଣ ହେଉଛି । ଯେଉଁଥିପାଇଁ ଠିକାଦାର ସରକାରୀ ଗାଡ଼ିରେ ଶ୍ରମିକଙ୍କୁ ପଠାଇ ଥିବା ବେଳେ ସ୍ଥାନୀୟ ଲୋକ ବିରୋଧ କରିଛନ୍ତି । ତେବେ ଏନେଇ ଠିକାଦାର ଓ ଜଳସମ୍ପଦ ବିଭାଗ ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରି ନଥିବା ବେଳେ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାକୁ ନେଇ ଚର୍ଚ୍ଚା ହେଉଛି ।

ଲୋକଙ୍କ ବିରୋଧ ପରେ ଜଳସମ୍ପଦ ବିଭାଗର ଗାଡ଼ି OR02H9403 ଶ୍ରମିକଙ୍କୁ ଅଧା ରାସ୍ତାରେ ଛାଡ଼ି ଦେଇଛି । ତେବେ ପ୍ରଶ୍ନ ଉଠୁଛି ଶ୍ରମିକଙ୍କୁ ପରିବହନ ପାଇଁ କିଭଳି ବ୍ୟବହାର ହେଲା ସରକାରୀ ଜିପ୍ ? କେଉଁ ଅଧିକାରୀ ଦେଇଥିଲେ ଅନୁମତି ? ଠିକାଦାର ଓ ଜଳସମ୍ପଦ ବିଭାଗର ଅଧିକାରୀଙ୍କ ମଧ୍ୟରେ ହୋଇଛି କି ସଲାସୁତୁରା ?

Comments are closed.