Latest Odisha News

BREAKING NEWS

ବାତ୍ୟା ମୁକାବିଲା ନେଇ ସ୍ୱତନ୍ତ୍ର ଟିମ

ପୁରୀ: ପୁରୀ ଜିଲ୍ଲା ପ୍ରଶାସନ ବାତ୍ୟା ମୁକାବିଲା ନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ। ବିଶେଷ କରି ପୁରୀ ଟାଉନ , ପୁରୀ ସଦର , କୋଣାର୍କ , ଗୋପ , କାକଟପୁର , ଅସ୍ତରଙ୍ଗ , ବ୍ରହ୍ମଗିରି , କୃଷ୍ନ ପ୍ରସାଦ ଅଞ୍ଚଳ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏଣୁ ଉକ୍ତ ଅଞ୍ଚଳରୁ ହଜାର ହଜାର ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳୀକୁ ଆଣିବାକୁ ବ୍ୟବସ୍ଥା ହୋଇ ସାରିଛି। ସନ୍ଧ୍ୟା ସୁଦ୍ଧା ଏହା ଶେଷ ହେବ। ସେହିପରି ବାତ୍ୟା ପରେ ରାସ୍ତା ସଫା କରିବା , ପାନୀୟ ଜଳ ଯୋଗାଣ , ବିଦ୍ୟୁତ ବ୍ୟବସ୍ଥା ଠିକ କରିବା ପାଇଁ ସ୍ୱତନ୍ତ୍ର ଟିମ ପ୍ରସ୍ତୁତ ରହିଛି।

ପୁରୀ ରେ ଗୋଟିଏ NDRF ଟିମ ଓ କାକଟପୁର , ଅସ୍ତରଙ୍ଗରେ ଏକ ଓଡ୍ରାଫ ଟିମ ମୁତୟନ କରାଯାଇଛି। ସେହିପରି ବାତ୍ୟା ଆଶ୍ରୟ ସ୍ଥଳୀରେ ରନ୍ଧା ଖାଦ୍ୟ , ପାନୀୟ ଜଳର ବ୍ୟବସ୍ଥା ହୋଇଛି। ତେବେ ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆଜି ସନ୍ଧ୍ୟାରୁ ପୁରୀ ରେ ୬୫ କିଲୋମିଟର ପବନ ବହିବାର ସମ୍ଭବନା ରହିଛି। ଆସନ୍ତା କାଲି ୭୫ ରୁ ୧୦୦ କିଲୋମିଟର ବେଗରେ ପବନ ବହିବାର ସମ୍ଭବନା ରହିଥିବା ଜିଲାପାଳ କହିଛନ୍ତି।

Leave A Reply

Your email address will not be published.