Latest Odisha News

BREAKING NEWS

ବାଂଲାଦେଶରେ ଫସି ରହିଥିବା ଓଡ଼ିଆ ଶ୍ରମିକଙ୍କୁ ନେଇ କ’ଣ କହିଲେ ଶ୍ରମ ମନ୍ତ୍ରୀ ପଢନ୍ତୁ…

ଭୁବନେଶ୍ବର: ବାଂଲାଦେଶରେ ଜାରି ରହିଥିବା ହିଂସା ଭିତରେ ଓଡ଼ିଆ ଶ୍ରମିକଙ୍କୁ ଫେରାଇ ଆଣିବାକୁ ତତ୍ପରତା ଦେଖାଇଛନ୍ତି ସରକାର । ସେଠାରେ ଫସିଥିବା ସମସ୍ତ ଶ୍ରମିକଙ୍କୁ ୧୫ ରୁ ୨୦ ଦିନରେ ଫେରାଇ ଆଣିବାକୁ ଯୋଜନା କରୁଛନ୍ତି । ଏନେଇ ସୂଚନା ଦେଇଛନ୍ତି ଶ୍ରମ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ।

ଶ୍ରମ ମନ୍ତ୍ରୀ କହିଛନ୍ତି ଯେ, ‘କେତେ ଶ୍ରମିକ ବାଂଲାଦେଶ ଯାଇଛନ୍ତି, ତାଲିକା ପ୍ରସ୍ତୁତ ଚାଲିଛି । ଏନେଇ ଶ୍ରମ ଅଧିକାରୀ ନିଜ ନିଜ ଜିଲ୍ଲାର ତାଲିକା ପଠାଇବା ପରେ କାର୍ଯ୍ୟପନ୍ଥା ହେବ । ପ୍ରଥମେ ସରକାରୀ ହିସାବରେ ଯାଇଥିବା ଶ୍ରମିକଙ୍କ ବ୍ୟବସ୍ଥା କରାଯିବ । ପରେ ବେସରକାରୀ ଭାବେ ଯାଇଥିବା ଶ୍ରମିକଙ୍କୁ ଆଣିବାକୁ ବ୍ୟବସ୍ଥା ହେବ’ ।

Comments are closed.