Latest Odisha News

BREAKING NEWS

ସୁଶାନ୍ତ ରାଜପୁତଙ୍କ ବିୟୋଗରେ ମିଥୁନ୍ ଦା’ ପାଳିଲେନି ଆଜି ଜନ୍ମଦିନ…

ମୁମ୍ବାଇ: ଭେଟେରାନ୍ ବଲିଉଡ୍ ଷ୍ଟାର୍ ମିଥୁନ୍ ଚକ୍ରବର୍ତ୍ତି ଆଜି ତାଙ୍କର ଜନ୍ମ ଦିନ ପାଳନ କରିନାହାନ୍ତି । ବଲିଉଡରେ ‘ଦାଦା’ ବା ‘ମିଥୁନ୍ ଦା’ ଭାବେ ପରିଚିତ ଥିବା ଏହି ମେଗାଷ୍ଟାର୍ ସବୁବର୍ଷ ଖୁବ୍ ଜାକଜମକରେ ନିଜର ଜନ୍ମଦିନକୁ ପାଳନ କରିଥାଆନ୍ତି । ଆଜି ମଧ୍ୟ ଏହି ଜନ୍ମଦିନଟିକୁ କରୋନା କଟକଣା ନିୟମ ମାନି ଅଳ୍ପ ବହୁତେ ପାଳନ କରିବେ ବୋଲି ମିଥୁନ୍ ଦା ପୂର୍ବରୁ ଯୋଜନା କରିଥିଲେ ।

ମାତ୍ର ଦୁଇଦିନ ପୂର୍ବରୁ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଅକାଳ ବିୟୋଗରେ ସାରା ବଲିଉଡ୍ ସ୍ତବ୍ଧ ହୋଇ ଯାଇଥିବା ବେଳେ ଏହି ଶୋକରେ ମିଥୁନ୍ ଜନ୍ମଦିନ ପାଳିବେନି ବୋଲି କହିଛନ୍ତି ।

ଏହାବ୍ୟତୀତ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିଜର ଜନ୍ମଦିନକୁ ପୂର୍ବ ଭଳି ନ ପାଳିବାକୁ ଯୋଜନା କରିଥିଲେ ମିଥୁନ୍ ।

“ଚଳିତ ବର୍ଷ ଆମେ କୌଣସି ଜନ୍ମଦିନ ପାଳନ କରିବୁ ନାହିଁ ବୋଲି ମୁଁ ଓ ମୋ ବାପା ସ୍ଥିର କରିଛୁ । ମାରାତ୍ମକ କରୋନା ଭୂତାଣୁ ସାରା ବିଶ୍ୱରେ ବ୍ୟାପୀଯିବା ଫଳରେ ଅନେକ ବ୍ୟକ୍ତି ମୃତ୍ୟୁ ବରଣ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆମେ କାହାରି ଜନ୍ମଦିନ ପାଳନ କରିବୁ ନାହିଁ ।” ଏହା କହିଛନ୍ତି ବରିଷ୍ଠ ଅଭିନେତା ମିଥୁନଙ୍କ ପୁଅ ନମାଶି ।

Leave A Reply

Your email address will not be published.