Latest Odisha News

BREAKING NEWS

ବାରମ୍ବାର ରିଚାର୍ଜ ଝଞ୍ଜଟରୁ ମୁକ୍ତି: ଭୋଡାଫୋନ୍-ଆଇଡିଆ ଆଣିଲା ନୂଆ ପ୍ଲାନ, ମିଳିବ ଅନଲିମିଟେଡ୍ ଡାଟା

ଭୁବନେଶ୍ୱର: ଟେଲିକମ୍ କମ୍ପାନୀ ଭୋଡାଫୋନ୍-ଆଇଡିଆ ନିଜ ଗ୍ରାହକମାନଙ୍କ ପାଇଁ ଏକ ବଡ଼ ଧମାକା କରିଛି। ବାରମ୍ବାର ମାସିକ କିମ୍ବା ୩ ମାସିଆ ରିଚାର୍ଜ କରିବାର ଝଞ୍ଜଟରୁ ମୁକ୍ତି ଦେବା ପାଇଁ କମ୍ପାନୀ ଚୁପଚାପ୍ ଏକ ନୂଆ ବାର୍ଷିକ ପ୍ରିପେଡ୍ ପ୍ଲାନ ବଜାରକୁ ଆଣିଛି। Vi ପକ୍ଷରୁ ଲଞ୍ଚ୍ କରାଯାଇଥିବା ଏହି ନୂଆ ପ୍ଲାନର ମୂଲ୍ୟ ୪ ହଜାର ୬୦୦ ଟଙ୍କା ରଖାଯାଇଛି । ଯେଉଁଥିରେ ଗ୍ରାହକମାନଙ୍କୁ ପୂରା ୩୬୫ ଦିନର ବୈଧତା ସହିତ ଅନଲିମିଟେଡ୍ ଡାଟାର ସୁବିଧା ମିଳିବ। କମ୍ପାନୀର ୱେବସାଇଟ୍ ଏବଂ ମୋବାଇଲ୍ ଆପ୍‌ରେ ଏହି ପ୍ଲାନ ଉପଲବ୍ଧ ହୋଇସାରିଛି।

 

କମ୍ପାନୀ ଏହି ପ୍ଲାନକୁ ‘ଅନଲିମିଟେଡ୍ ଡାଟା ପ୍ଲାନ’ ଭାବେ ପ୍ରଚାର କରୁଥିଲେ ମଧ୍ୟ ଏଥିରେ ଏକ ବିଶେଷ ସର୍ତ୍ତ ରହିଛି। ଏହାର ବୈଧତା ପୂରା ୩୬୫ ଦିନ (୧ ବର୍ଷ)। ଯେକୌଣସି ନେଟୱର୍କକୁ ଅନଲିମିଟେଡ୍ ଭଏସ୍ କଲିଂ ସହିତ ଦୈନିକ ୧୦୦ଟି ମାଗଣା SMS ମିଳିବ।

 

କମ୍ପାନୀ ଏହାକୁ ଅନଲିମିଟେଡ୍ କହୁଥିଲେ ହେଁ ଏଥିରେ ପ୍ରତି ୨୮ ଦିନ ପାଇଁ ୩୦ ୦ ଜିବିର ଫେୟାର ୟୁସେଜ୍ ପଲିସି ଲିମିଟ୍ ରହିଛି। ଅର୍ଥାତ୍ ପ୍ରତି ୨୮ ଦିନରେ ଗ୍ରାହକ ସର୍ବାଧିକ ୩୦୦ ଜିବି ହାଇ-ସ୍ପିଡ୍ ଡାଟା ବ୍ୟବହାର କରିପାରିବେ, ଯାହାକି ଜଣେ ସାଧାରଣ କିମ୍ବା ହେଭି ୟୁଜର୍‌ ପାଇଁ ଯଥେଷ୍ଟ।

 

ଏହି ପ୍ଲାନରେ ୪G ସହିତ ୫G ଡାଟା ମଧ୍ୟ ସାମିଲ ରହିଛି। Vi ର ୫G ନେଟୱର୍କ କଭରେଜ୍ ଅଞ୍ଚଳରେ ରହୁଥିବା ଏବଂ ୫G ସ୍ମାର୍ଟଫୋନ୍ ବ୍ୟବହାର କରୁଥିବା ଗ୍ରାହକମାନେ ଏହି ହାଇ-ସ୍ପିଡ୍ ଇଣ୍ଟରନେଟ୍‌ର ମଜା ନେଇପାରିବେ। ତେବେ ୫G ବ୍ୟବହାର କ୍ଷେତ୍ରରେ ମଧ୍ୟ ସେହି ସମାନ ୩୦୦ ଜିବି (ପ୍ରତି ୨୮ ଦିନ) ର ଲିମିଟ୍ ଲାଗୁ ହେବ।

 

ହିସାବ କଲେ ଜଣାପଡ଼େ ଯେ, ଏହି ବାର୍ଷିକ ପ୍ଲାନରେ ଗ୍ରାହକଙ୍କୁ ଦୈନିକ ହାରାହାରି ପ୍ରାୟ ୧୨ ଟଙ୍କା ୬୦ ପଇସା ଖର୍ଚ୍ଚ କରିବାକୁ ପଡ଼ିବ। ଯେଉଁମାନେ ଅଫିସ୍ କାମ, ପାଠପଢ଼ା କିମ୍ବା ଅନଲାଇନ୍ ଷ୍ଟ୍ରିମିଂ ପାଇଁ ପ୍ରଚୁର ଡାଟା ଆବଶ୍ୟକ କରନ୍ତି ଏବଂ ବାରମ୍ବାର ରିଚାର୍ଜ ତାରିଖ ମନେ ରଖିବାକୁ ଚାହାଁନ୍ତି ନାହିଁ, ସେମାନଙ୍କ ପାଇଁ ଏହି ବ୍ୟୟବହୁଳ ମନେ ହେଉଥିବା ପ୍ଲାନ ଦୀର୍ଘ ଅବଧିରେ ବେଶ୍ ଲାଭଦାୟକ ସାବ୍ୟସ୍ତ ହେବ। ଏହା ବ୍ୟତୀତ Vi ପକ୍ଷରୁ ୬ ମାସ ବୈଧତା ବିଶିଷ୍ଟ ୨ ହଜାର ୪୭୫ ର ଆଉ ଏକ ନୂଆ ପ୍ଲାନ ମଧ୍ୟ ବଜାରକୁ ଅଣାଯାଇଛି।

Leave A Reply

Your email address will not be published.