Latest Odisha News

BREAKING NEWS

ଭିଆଇପି ନମ୍ବର ରଖିବେ କି? ଅନ୍ ଲାଇନ୍ ନିଜେ ବାଛନ୍ତୁ, ହୋମ୍ ଡେଲିଭରୀ ସୁବିଧା ରହିଛି

ଓଡ଼ିଶା ସମ୍ବାଦ ବ୍ୟୁରୋ: ସମସ୍ତେ ନିଜ ମୋବାଇଲ, ଗାଡିର ନମ୍ବର ଟିକିଏ ଫ୍ୟାନସି ଅର୍ଥାତ ମନେ ରଖିପାରୁଥିବା ଭଳି ରଖିବାକୁ ଚାହାନ୍ତି। କିନ୍ତୁ ଅଧିକ ପଇସା ପାଇଁ ବାଧ୍ୟ ହୋଇ ଯେକୌଣସି ନମ୍ବରକୁ କିିିଣି ନିଅନ୍ତି। ଏବେ କିନ୍ତୁ ଏହି ସୁଯୋଗ ଆପଣଙ୍କ ହାତକୁ ଆସିଛି। ଅର୍ଥାତ୍ ନିଜ ନମ୍ବର କେମିତି ହେବ ତାହା ଆପଣ ନିଜେ ବାଛିପାରିବେ। ଆଉ ଏହାକୁ କିଣିବା ପାଇଁ ଯିବାକୁ ପଡ଼ିବନି କୌଣସି ଦୋକାନକୁ।

ଆଜ୍ଞା ହଁ, ଭୋଡାଫୋନ ଆଇଡିଆ (ଭିଆଇ) ପ୍ରିପେଡ ଓ ପୋଷ୍ଟ-ପେଡ ଗ୍ରାହକଙ୍କ ପାଇଁ ଦେଇଛି ଏପରି ଅଫର । ଏଣିକି ଭିଆଇର ସମସ୍ତ ଗ୍ରାହକ ପାଇବେ ଭିଆଇପି କିମ୍ବା ଫ୍ୟାନ୍ସି ନମ୍ବର। ଅର୍ଥାତ୍ ଭିଆଇ ୟୁଜର୍ସଙ୍କୁ ମାଗଣାରେ ମିଳିବ ସ୍ପେସିଆଲ ନମ୍ବର ଥିବା ସିମ୍ କାର୍ଡ। ଏଭଳି ଫ୍ୟାନ୍ସି ନମ୍ବରର ଚାହିଦା ବହୁ ପୂର୍ବରୁ ରହିଛି। କାରଣ ଏପରି ଭିଆଇପି ଫୋନ ନମ୍ବରକୁ ମନେ ରଖିବା ସହଜ।

ଏଭଳି ଫୋନ ନମ୍ବରର ମୂଲ୍ୟ ଟିକେ ଅଧିକ ରହିଥାଏ। କିନ୍ତୁ ଚଳିତଥର ଭୋଡାଫୋନ-ଆଇଡିଆ ନିଜର ଗ୍ରାହଙ୍କୁ ମାଗଣାରେ ଫ୍ୟାନ୍ସି ନମ୍ବର ବିତରଣ କରିବାକୁ ଯାଉଛି। ଯଦି ଆପଣ ମଧ୍ୟ ନିଜ ମନମୁତାବକ ଫ୍ୟାନ୍ସି ନମ୍ବର ନେବାକୁ ଚାହାଁନ୍ତି ତେବେ ଆମେ ଆପଣଙ୍କୁ କ’ଣ କରିବାକୁ ପଡିବ ଆମେ କହିବୁ।

  • ପ୍ରଥମେ ଆପଣଙ୍କୁ ଭୋଡାଫୋନ ଆଇଡିଆର ଅଫିସିଆଲ ୱେବସାଇଟ୍ କୁ ଯିବାକୁ ପଡିବ।
  • ପରେ ଆପଣଙ୍କୁ ନ୍ୟୁ କନେକ୍ସନ ସେକ୍ସନରେ କ୍ଲିକ୍ କରିବାକୁ ପଡିବ ଏବଂ ଏକ ଫ୍ୟାନ୍ସି ନମ୍ବର ସିଲେକ୍ଟ କରିବେ। ଆପଣ ସିଧାସଳଖ myvi.in/new-connection/choose-your-fancy-mobile-numbers-online ୱେବଲାଇଟକୁ ମଧ୍ୟ ଯାଇପାରିବେ।
  • ଏହାପରେ ଆପଣଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ଯେପରି ପିନ୍ କୋଡ, ଫୋନ ନମ୍ବର ଦେବାକୁ ପଡିବ।
  • ପ୍ରିପେଡ କିମ୍ବା ପୋଷ୍ଟ-ପେଡ ମଧ୍ୟରୁ ଯେକୌଣସି ଗୋଟିଏ କନେକ୍ସନକୁ ଚୟନ କରିବେ।
  • ପରେ ଭିଆଇପି ନମ୍ବର ପାଇଁ ଆପଣ ସର୍ଚ୍ଚ କରିବେ ନଚେତ ଭୋଡାଫୋନ ଦ୍ୱାରା ଦିଆଯାଇଥିବା ମାଗଣା ତାଲିକାରୁ ଚୟନ କରିପାରିବେ ନମ୍ବର।
  • ମାଗଣା ପ୍ରିମିୟମ ନମ୍ବର ସିଲେକ୍ଟ କରିପାରିବେ ନଚେତ ଅନ୍ୟ ପ୍ରିମିୟମ ନମ୍ବର ପାଇଁ 500 ଟଙ୍କା ଦେଇପାରିବେ।
  • ବାକି ସୂଚନା ଦେବା ପରେ ନିଜର ଠିକଣା ଦେଇ ଫ୍ୟାନ୍ସି ନମ୍ବର ଅର୍ଡର କରିପାରିବେ।
  • ପେମେଣ୍ଟ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପରେ ଆପଣ ଦେଇଥିବା ମୋବାଇଲ ନମ୍ବରରେ ଏକ ଓଟିପି ଆସିବ। ଏହାକୁ ନେଇ ଏଣ୍ଟ୍ରି କରିବେ ।
  • ଅର୍ଡର ସମ୍ପୂର୍ଣ୍ଣ ହେବା ପରେ ଆପଣଙ୍କ ଫ୍ୟାନ୍ସି ନମ୍ବର ବା ଭିଆଇପି ନମ୍ବର ଆପଣଙ୍କ ଘରେ ଡେଲିଭିରି ହୋଇଯିବ।

ଏଠାରେ ସୂଚନା ଥାଉକି ଜିଓ ଏବଂ ଏୟାରଟେଲ ମଧ୍ୟ ନିଜ ଗ୍ରାହକଙ୍କୁ ଏପରି ସୁବିଧା ଯୋଗାଇଛି। ଆପଣ ୱେବସାଇଟ କିମ୍ବା ନିକଟସ୍ଥ ଟେଲିକମ ଅପରେଟର ପାଖକୁ ଯାଇ ଏହି ପ୍ରକ୍ରିୟା କରିପାରିବେ।

Leave A Reply

Your email address will not be published.