Latest Odisha News

BREAKING NEWS

ଜାନୁଆରୀ ୨୩ରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି; ନେତାଜୀ ସଂଗ୍ରହାଳୟରେ ଉଦଘାଟନ ହେବ ନୂଆ ଗ୍ୟାଲେରୀ

କଟକ: କଟକ ଆସିବେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍‌ । ଜାନୁଆରୀ ୨୩ରେ କଟକ ଆସିବା ନେଇ ଉପରାଷ୍ଟ୍ରପତି ସହମତି ଦେଇଛନ୍ତି । ଉପରାଷ୍ଟ୍ରପତି ନେତାଜୀଙ୍କ ଜନ୍ମ ଜୟନ୍ତୀ ଉତ୍ସବରେ ସାମିଲ ହେବେ । ନେତାଜୀ ଜୟନ୍ତୀରେ ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରହାଳୟରେ ନୂଆ ଗ୍ୟାଲେରୀର ଉଦଘାଟନ କରାଯିବ । ଏହି ଗ୍ୟାଲେରୀରେ ଦେଶର ବହୁ ସ୍ବାଧୀନତା ସଂଗ୍ରାମୀଙ୍କ ପୋଷ୍ଟାଲ ଷ୍ଟାମ୍ପ ପ୍ରଦର୍ଶନ କରାଯିବ । ଏହି କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଯୋଗ ଦେବେ ।

ଉପ ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ରାଜ୍ୟ ସଂସ୍କୃତି ସଚିବ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ବୁଲି ସମୀକ୍ଷା କରିଛନ୍ତି । ନେତାଜୀ ଜୟନ୍ତୀରେ ଏଥର ପୋଷ୍ଟାଲ ଗ୍ୟାଲେରୀ ସହିତ ଜନ୍ମଜୟନ୍ତୀ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମରେ ରାଜ୍ଯପାଳ ହରିବାବୁ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଯୋଗ ଦେବେ ବୋଲି କହିଛନ୍ତି ରାଜ୍ୟ ସଂସ୍କୃତି ସଚିବ ବିଜୟ କେତନ ଉପାଧ୍ୟାୟ । ଏହି ଅବସରରେ ନେତାଜୀଙ୍କ ଜୀବନୀ ଉପରେ ସଂସ୍କୃତି ମନ୍ତ୍ରଣାଳୟ ଏବଂ ଲଳିତ କଳା ଏକାଡେମୀ ପକ୍ଷରୁ ଫଟୋ ପ୍ରଦର୍ଶନୀ ହେବାର କାର୍ଯ୍ୟକ୍ରମ ରହିଛି ।

କଟକ ଓଡ଼ିଆ ବଜାର ସ୍ଥିତ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ ଏଥର ନୂଆ ଗ୍ୟାଲେରୀର ଉଦଘାଟନ କରାଯିବ । ଏହି ଗ୍ୟାଲେରୀରେ ଡାକ ବିଭାଗ ପକ୍ଷରୁ ନେତାଜୀ, ଆଜାଦ ହିନ୍ଦ ଫୌଜ, ଆଇଏନଏ ସହିତ ଦେଶର ବହୁ ସ୍ବାଧୀନତା ସଂଗ୍ରାମୀଙ୍କ ପୋଷ୍ଟାଲ ଷ୍ଟାମ୍ପ ପ୍ରଦର୍ଶନ କରାଯିବ । ସେହିପରି ପୁରାତନ ପୋଷ୍ଟକାର୍ଡ, ଇନଲ୍ୟାଣ୍ଡ ଲେଟର ସହ ସ୍ୱାଧୀନତା ସଂଗ୍ରାମକୁ ନେଇ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଚିଠିକୁ ଏଥିରେ ସ୍ଥାନ ଦିଆଯିବ । ଏହି କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଯୋଗ ଦେବେ ।

ଚଳିତବର୍ଷ ଆଣ୍ଡାମାନ ନିକୋବର ରାଜଧାନୀ ପୋର୍ଟବ୍ଲେୟାରରେ ଜାନୁଆରୀ ୨୩ରୁ ଜାନୁଆରୀ ୨୬ ତାରିଖ ପର୍ଯ୍ୟନ୍ତ ଚାରି ଦିନ ପରାକ୍ରମ ଦିବସ ପାଳନ କରାଯାଉଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ପୋର୍ଟ ବ୍ଲେୟାରକୁ କଟକ ନେତାଜୀ ସଂଗ୍ରହଳୟରୁ ନେତାଜୀଙ୍କ ପ୍ଲାଟିନମ ପେନ, ଜ୍ୟାମିତି ବାକ୍ସ, ହୋମିଓପ୍ୟାଥୀ ବାକ୍ସ ଆଦି ନିଆ ଯାଇଛି । କାର୍ଯ୍ୟକ୍ରମ ଶେଷ ପରେ ଏହି ଜିନିଷ ସବୁ ସଂଗ୍ରହଳୟକୁ ଫେରି ଆସିବ ।

Leave A Reply

Your email address will not be published.