ନୂଆଦିଲ୍ଲୀ: ନୂଆଦିଲ୍ଲୀ ଅନ୍ତର୍ଗତ କରାଡି ଅଞ୍ଚଳସ୍ଥିତ ଏକ କପଡା ଗୋଦାମରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିବାରୁ ପ୍ରାୟ ୯ ଜଣଙ୍କର ମୃତ୍ୟୁ ହୋଇଥିôବାବେଳେ ୧୦ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି ।
ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।
Delhi: Three people have died and 10 have been injured after a fire broke out in a cloth godown in Kirari at around 12:30 am, today. The fire has been doused and the injured have been admitted to hospital. pic.twitter.com/VDDQW0STAk
— ANI (@ANI) December 22, 2019
ମିଳିଥିବା ସୂଚନାନୁଯାୟୀ ସ୍ଥାନୀୟ ଅଞ୍ଚଳରେ ଥିବା ଏକ ୪ ମହଲା ବିଶିଷ୍ଟ କୋଠାର ତଳ ମହଲାରେ ଏକ କପଡା ଗୋଦାମ ରହିଥିଲା । କୌଣସି କାରଣବଶତଃ ଉକ୍ତସ୍ଥାନରେ ଅଗ୍ନିକାଣ୍ଡ ଘଟିଥିଲା ।
ଅନ୍ୟପକ୍ଷରେ ଖବର ପାଇ ସ୍ଥାନୀୟ ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପରେ ଆହତମାନଙ୍କ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି ।
ତେବେ ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇନଥିବା ବେଳେ ସର୍ଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ନେଇ ଅଗ୍ନିଶମ କର୍ମଚାରୀମାନେ ସନ୍ଦେହ କରିଛନ୍ତି ।
Comments are closed.