Latest Odisha News

BREAKING NEWS

ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ

ଭୁବନେଶ୍ୱର: ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ରବିବାର ଦିନ ଓଡିଶା ଗସ୍ତରେ ଆସୁଛନ୍ତି ।

ଉପରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟସୂଚୀ:

ଗସ୍ତ କାର୍ଯ୍ୟସୂଚୀ ଅନୁଯାୟୀ ସେ ଆଜି ଏକ ସ୍ୱତନ୍ତ୍ର ବିମାନରେ ଆସି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପ୍ରାୟ ଦିନ ୧୦ଟା ୧୫ମି.ରେ ପହଞ୍ଚିବେ । ସେଠାରେ ମୁଖ୍ୟମନ୍ତ୍ରୀ ତାଙ୍କୁ ସ୍ବାଗତ ସମ୍ବର୍ନ୍ଧନା କରିବେ। ପରେ କିଟ୍ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ସାମିଲ ହେବେ।

ପରଵର୍ତ୍ତୀ ସମୟରେ ଉପରାଷ୍ଟ୍ରପତି ଅପରାହ୍ନରେ ରାଜଭବନ ପ୍ରତ୍ୟାବର୍ତ୍ତନ କରିବେ।

ସେହିପରି ଅପରାହ୍ନ ୩ଟାରେ  ସେ କଟକ ଜବାହରଲାଲ ନେହରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ଗସ୍ତ କରିବେ।

ପରବର୍ତ୍ତୀ ସମୟରେ କଟକରୁ ବାହାରି ଭୁବନେଶ୍ୱର ଆସିବେ ଏବଂ ସେଠାରୁ ନୂଆଦିଲ୍ଲୀ ଅଭିମୁଖେ ଗସ୍ତ କରିବେ ।

ତେବେ ଉପରାଷ୍ଟ୍ରପତିଙ୍କ ଏହି ଗସ୍ତକୁ  ନଜରରେ ରଖି କମିିିଶନରେଟ୍ ପୋଲିସ ପକ୍ଷରୁ  ସୁୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

 

Leave A Reply

Your email address will not be published.