ମୁମ୍ବାଇ: ଆସନ୍ତା ଡିସେମ୍ବର ମାସରେ ବଲିଉଡ୍ ଷ୍ଟାର୍ ଭିକି ଓ କାଟ୍ରିନାଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଏହା ଭିତରେ ଆଉ ଖବର ମିଳିଛି ଯେ ଭିକି ଓ କାଟ୍ରିନାଙ୍କର ନିକଟରେ ଏକ ଛୋଟ ରୋକା ସମାରୋହ ଅନୁଷ୍ଠିତ ହୋଇଛି।
ଇଣ୍ଡିଆ ଟୁଡେର ଏକ ସୂତ୍ରରୁ ପ୍ରକାଶ ଯେ କାଟ୍ରିନାଙ୍କ ବନ୍ଧୁ ତଥା ଏକ ଥା ଟାଇଗରର ନିର୍ଦ୍ଦେଶକ କବୀର ଖାନ ଏବଂ ମିନି ମାଥୁରଙ୍କ ଘରେ ଏହି ସ୍ୱତନ୍ତ୍ର ସମାରୋହ ଅନୁଷ୍ଠିତ ହୋଇଥିଲା। କାଟ୍ରିନାଙ୍କ କବୀରଙ୍କୁ ରାଖୀ ଭାଇ ବୋଲି ମଧ୍ୟ ଭାବନ୍ତି।
ସୂଚନା ଅନୁଯାୟୀ ଏହି ସମାରୋହ ଅତ୍ୟନ୍ତ ଅନ୍ତରଙ୍ଗ ବନ୍ଧୁଙ୍କ ଗହଣରେ ହୋଇଛି ବୋଲି ସୂଚନା ମିଳିଛି। ଏହି ସମାରୋହରେ କ୍ୟାଟ୍ରିନାଙ୍କ ମା, ତାଙ୍କ ଭଉଣୀ, ଭିକିଙ୍କ ପିତାମାତା ଏବଂ ଭାଇ ଉପସ୍ଥିତ ଥିଲେ। ତେବେ ଏନେଇ ଉଭୟଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଏହାପୂର୍ବରୁ କ୍ୟାଟ୍ରିନା ସେମାନଙ୍କ ନିର୍ବନ୍ଧ ହୋଇଥିବା ଗୁଜବକୁ ଅସ୍ୱୀକାର କରିଥିଲେ।
Comments are closed.