Latest Odisha News

BREAKING NEWS

ହାତୀ ଘଉଡ଼ାଇବା ପାଇଁ ନିଆଁହୁଳା ମାଡ଼, ଭୟରେ ପଳାଇଲା ହାତୀ, ଭିଡିଓ ଭାଇରାଲ

ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ବନଖଣ୍ଡରେ ଥମୁନି ହାତୀ ଉପଦ୍ରବ । ଗତ କିଛି ଦିନ ହେବ ମୟୂରଭଞ୍ଜ କରଞ୍ଜିଆ ବନଖଣ୍ଡର ଅନେକ ଗାଁରେ ଆତଙ୍କ ସୃଷ୍ଟି କରିଛନ୍ତି ହାତୀପଲ ଗତ ୨୬ ଦିନ ଭିତରେ ପାଖାପାଖି ୩୫ରୁ ଅଧିକ ଘର ଭାଙ୍ଗିଛନ୍ତି ହାତୀ ତେଣୁ ହାତୀ ଉପଦ୍ରବରେ ଅତିଷ୍ଠ ହୋଇ ହାତୀ ଘଉଡାଇବାକୁ ନିଆଁ ମାଡ କରିଛନ୍ତି ଗାଁ ଲୋକେ ଜଣେ ଯୁବକ ହାତୀ ପିଠିରେ ଦୁଇ ଦୁଇଥର ନିଆଁ ମାଡ କରିଥିବା ଭିଡିଓଟି ଏବେ ବେଶ ଭାଇରାଲ ହେବାରେ ଲାଗିଛି

ସୂଚନା ଅନୁସାରେ, କରଞ୍ଜିଆ ରେଞ୍ଜ ଅନ୍ତର୍ଗତ ଶୁକୃଳୀ ବ୍ଲକର ପୃଥକ ପୃଥକ ସ୍ଥାନରେ ଅଛନ୍ତି ୨୨ଟି ହାତୀ । ହାତୀପଲକୁ ଘଡେଇବା ପାଇଁ ଜଣେ ବ୍ୟକ୍ତି ହାତୀ ପିଠିରେ ମଶାଲ ଯୋଗେ ନିଆଁ ମାଡ଼ କରୁଛି । ହାତୀ ପିଠିରେ ନିଆଁ ବାଜିବା ପରେ ହୁତୁ ହୁତୁ ହେଇ ନିଆଁ ଜଳୁଛି । ଦୁଇ ଦୁଇ ଥର ହାତୀ ପିଠିରେ ଯୁବକ ଜଣକ ନିଆଁ ମାଡ଼ କରିବାପରେ ଜୀବନ ବିକଳରେ ଦୌଡି ପଳାଉଛି ହାତୀ ଏମିତି ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ, ଅନ୍ୟ ଲୋକମାନେ ଦେଖୁଥିଲେବି କେହି ବାରଣ କରୁ ନାହାନ୍ତି ।

ହାତୀ ହେଉଛି ଆମର ଜାତୀୟ ସମ୍ପତ୍ତି । ମାତ୍ର କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ କଡା ନିୟମ ସ୍ୱତେ ମଧ୍ୟ ଏଠାରେ ହାତୀକୁ ନିର୍ଯ୍ୟାତନା ଦିଆ ହେଉଛି । ଏବେ ନିଆଁ ମାଡ଼ ଖାଇଥିବା ହାତୀର ସ୍ୱାସ୍ଥ୍ୟ ଅବସ୍ଥା କିପରି ଅଛି ଏନେଇ ଏବେ ପ୍ରଶ୍ନ ଉଠିଛି । ସେପଟେ ଭିଡିଓ ଭାଇରାଲ ପରେ କରଞ୍ଜିଆ ଡିଏଫଓ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ହାତୀଙ୍କ ଉପରକୁ ନିଆଁ ମାଡ କରୁଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଡିଏଫଓ ଆବଶ୍ୟକ ପଡ଼ିଲେ ଗିରଫ କରାଯିବ ବୋଲି ଡିଏଫଓ ସୂଚନା ଦେଇଛନ୍ତି ଗତ କିଛିଦିନ ହେଲା କରଞ୍ଜିଆ ବନଖଣ୍ଡରେ ୧୦୦ରୁ ଅଧିକ ଗାଁରେ ଆତଙ୍କ ଖେଳାଇଛନ୍ତି ହାତୀପଲ  ଗତକାଲି ଶୁକୃଳି ବ୍ଲକରେ ୭ରୁ ଅଧିକ ଘର ଭାଙ୍ଗିବା ସହ ବ୍ୟାପକ କ୍ଷୟକ୍ଷତି କରିଛନ୍ତି

Leave A Reply

Your email address will not be published.