Latest Odisha News

BREAKING NEWS

ଓଡ଼ିଶାରେ ଆଉ ୮ ପ୍ରାଣ ନେଲା ପ୍ରାଣଘାତୀ କରୋନା

ଭୁବନେଶ୍ୱର: ରାଜ୍ୟରେ ୧୪ ଶହ ୯୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୪ ଘଣ୍ଟାରେ ଆଉ ୮ ଜଣଙ୍କର ଜୀବନ ନେଇଛି କରୋନା । ଗଞ୍ଜାମ ଜିଲ୍ଲାରୁ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ନୟାଗଡ, ଗଜପତି, ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି ।

କରୋନା ମୃତକଙ୍କ ତଥ୍ୟ
୧. ଗଞ୍ଜାମ- ୮୧ ବର୍ଷୀୟ ବୃଦ୍ଧ (ଡାଏବେଟିସ୍ ପୀଡ଼ିତ)
୨. ଖୋର୍ଦ୍ଧା- ୭୯ ବର୍ଷୀୟ ପୁରୁଷ (ଉଚ୍ଚ ରକ୍ତଚାପ ଓ ଅନ୍ୟାନ୍ୟ ରୋଗ)
୩, ଗଞ୍ଜାମ- ୪୯ ବର୍ଷୀୟ ପୁରୁଷ
୪. ନୟାଗଡ଼- ୮୨ ବର୍ଷୀୟ ବୃଦ୍ଧା (ଡାଏବେଟିସ୍, ଉଚ୍ଚ ରକ୍ତଚାପ)
୫. ଗଜପତି- ୫୮ ବର୍ଷୀୟ ମହିଳା
୬. ସୁନ୍ଦରଗଡ଼- ୫୨ ବର୍ଷୀୟ ମହିଳା (ଡାଏବେଟିସ୍)
୭. ଗଞ୍ଜାମ- ୪୫ ବର୍ଷୀୟ ପୁରୁଷ
୮. ଗଞ୍ଜାମ- ୭୩ ବର୍ଷୀୟ ବୃଦ୍ଧ (ଟାଏବେଟିସ୍, ରକ୍ତଚାପ ଓ ଅନ୍ୟାନ୍ୟ ରୋଗ)

ରାଜ୍ୟରେ ଭୂତାଣୁ ଜନିତ ମୃତ୍ୟୁସଂଖ୍ୟା ୧୭୭କୁ ବୃଦ୍ଧି ପାଇଛି । ଗଞ୍ଜାମ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୯୪କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରେ କରୋନା ନେଲାଣି ମୋଟ୍ ୨୨ ଜାବନ । ସୁନ୍ଦରଗଡ଼ରେ ୮ ଓ ନୟାଗଡ଼ରେ ୩ ଜଣ ପ୍ରାଣ ହରାଇଛନ୍ତି ।

Leave A Reply

Your email address will not be published.