Latest Odisha News

BREAKING NEWS

କୋଭିଡ୍‌ ନିୟମ ଉଲ୍ଲଂଘନ ଯୋଗୁ ୫ ବର୍ଷ ଜେଲ୍‌

ନୂଆଦିଲ୍ଲୀ: କୋଭିଡ-୧୯ କ୍ବାରେଣ୍ଟାଇନ ନିୟମକୁ ଉଲ୍ଲଂଘନ କରିବା ଏବଂ ଅନ୍ୟମାନଙ୍କଠାରେ ଭୂତାଣୁ ବିସ୍ତାର କରିଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ ମିଳିଛି।

ଭିଏତନାମର ସ୍ଥାନୀୟ ରିପୋର୍ଟ ଅନୁଯାୟୀ କୁହାଯାଇଛି ଯେ କୋର୍ଟରେ ବିଚାର କରାଯିବା ପରେ ୨୮ ବର୍ଷୀୟ ଲେ ୱାନ୍ ଟ୍ରାଇ ନାମକ ବ୍ୟକ୍ତିଙ୍କୁ ବିପଜ୍ଜନକ ସଂକ୍ରାମକ ରୋଗ ବିସ୍ତାର କରିବାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା।

ରାଷ୍ଟ୍ରାୟତ୍ତ ଭିଏତନାମ ନ୍ୟୁଜ୍ ଏଜେନ୍ସି (ଭିଏନ୍ଏ) ରିପୋର୍ଟରେ କହିଛି ଯେ ଟ୍ରାଇ ହୋ ଚି ମିନ୍ ସିଟିରୁ କା ମାଉ କୁ ଫେରିଥିଲେ ଏବଂ ୨୧ ଦିନିଆ କ୍ବାରେଣ୍ଟାଇନ ନିୟମକୁ ଉଲ୍ଲଂଘନ କରିଥିଲେ।

ସମାନ ଅଭିଯୋଗରେ ଦେଶ ଅନ୍ୟ ଦୁଇ ଜଣଙ୍କୁ ୧୮ ମାସ ଏବଂ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛି।

Comments are closed.