Latest Odisha News

BREAKING NEWS

ଆମେରିକାବାସୀଙ୍କୁ ୧୦୦ ଦିନ ଯାଏଁ ମାସ୍କ ପିନ୍ଧିବା ଲାଗି ଅପିଲ୍ କରିବି: ବାଇଡେନ

ୱାଶିଂଟନ୍: କାର୍ଯ୍ୟଭାର ଗ୍ରହଣ କରିବା ପରେ ୧୦୦ ଦିନ ଲାଗି ମାସ୍କ ପିନ୍ଧିବାକୁ ଆମେରିକା ନାଗରିକ ମାନଙ୍କୁ ନିବେଦନ କରିବେ ବୋଲି ଗୁରୁବାର କହିଛନ୍ତି ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ।

ଜନସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ ଏହି ମହାମାରୀକୁ ଦୂର କରିବା ପାଇଁ ମାସ୍କ ପିନ୍ଧିବା ଏକ ଅତ୍ୟନ୍ତ ପ୍ରଭାବଶାଳୀ। ଏହି ସଂକ୍ରମଣରେ ଆମେରିକାରେ ପାଖାପାଖି ୨,୭୫,୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।

ନିର୍ବାଚନ ପ୍ରଚାର ସମୟରେ ବାଇଡେନ ମାସ୍କ ପିନ୍ଧିବାକୁ ଦୃଢ ସମର୍ଥନ କରିଥିଲେ।

ସିଏନ୍ଏନ୍ ର ଜ୍ୟାକ୍ ଟାପର୍ଙ୍କ ସହ ଆଲୋଚନା ବେଳେ ବାଇଡେନ କହିଛନ୍ତି ଯେ ସେ ଆସନ୍ତା ବର୍ଷ ଜାନୁଆରୀ ୨୦ରେ କାର‌୍ୟ୍ୟଭାର ଗ୍ରହଣ କରିବାକୁ ଯାଉଛନ୍ତି। ଏହି ସମୟରେ ସେ ୧୦୦ ଦିନ ପାଇଁ ମାସ୍କ ପିନ୍ଧିବାକୁ ଆମେରିକୀୟ ଲୋକଙ୍କୁ ନିବେଦନ କରିବେ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ତାଙ୍କ ପ୍ରଶାସନରେ ଡକ୍ଟର ଫୋସିଙ୍କୁ କାର୍ଯ୍ୟ କରିବାକୁ କହିବେ। ଯିଏକି ଫୋସି ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଆଲର୍ଜି ଏବଂ ଇନଫେକସନ ଡିଜିଜର ନିର୍ଦ୍ଦେଶକ।

Leave A Reply

Your email address will not be published.