Latest Odisha News

BREAKING NEWS

ଲ୍ୟାଣ୍ଡର ବିକ୍ରମରୁ ଅଲଗା ହେଲା ପ୍ରଜ୍ଞାନ, ଚନ୍ଦ୍ରରେ ୧୪ଦିନ ପର୍ଯ୍ୟନ୍ତ ସଂଗ୍ରହ କରିବ ତଥ୍ୟ

ଦିଲ୍ଲୀ : ଲ୍ୟାଣ୍ଡର ବିକ୍ରମରୁ ଅଲଗା ହେଲା ରୋଭର ପ୍ରଜ୍ଞାନ  । ଲ୍ୟାଣ୍ଡର ବିକ୍ରମର ରାମ୍ପ୍‌ ବାଟେ ବାହାରକୁ ଆସି ରୋଭର୍‌ ପ୍ରଜ୍ଞା ଏବେ ଚନ୍ଦ୍ରପୃଷ୍ଠରେ ଚାଲୁଛି  । ଏନେଇ ଇସ୍ରୋ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।ଏବେ ଏହା ଚନ୍ଦ୍ରପୃଷ୍ଠରେ ତଥ୍ୟ ସଂଗ୍ରହ କରିବ  । ଗତକାଲି ସଂଧ୍ୟା ୬ଟା ୪ରେ ସଫଳତାର ସହ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିଲା ଚନ୍ଦ୍ରଯାନ-୩ । ଗତକାଲି ସନ୍ଧ୍ୟାରେ ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ସମୟରେ ସେ ଅଞ୍ଚଳରେ ପ୍ରବଳ ଧୂଳି ଉଡ଼ିଥିଲା। ଧୂଳି ଚନ୍ଦ୍ରପୃଷ୍ଠରେ ବସିଯିବା ପରେ ଲ୍ୟାଣ୍ଡର ବିକ୍ରମର ଆଭ୍ୟନ୍ତରରେ ସୁରକ୍ଷିତ ଥିବା ରୋଭର୍‌ ପ୍ରଜ୍ଞା ଚଳପ୍ରଚଳ ଆରମ୍ଭ କରି ସେଥିରୁ ପଦାକୁ ବାହାରି ଆସିଥିଲା ।  ରୋଭର ପ୍ରଜ୍ଞାନରେ ଯେହେତୁ ଅନେକ ସମ୍ବେଦନଶୀଳ ଯନ୍ତ୍ରାଶ ଲାଗିଛି, ତେଣୁ ଏଗୁଡ଼ିକ ଧୂଳିକଣା ସଂସ୍ପର୍ଶରେ ନଆସିବା ପାଇଁ ପରିବେଶ ସଫା ହେବା ପର୍ଯ୍ୟନ୍ତ ଅପେକ୍ଷା କରାଯାଇଥିଲା ।

BjdElectrycity

ତାସହ ଲ୍ୟାଣ୍ଡରରେ ଥିବା ସୋଲାର ପ୍ୟାନେଲରୁ ଧୂଳି ଖସିବା ପରେ ପ୍ୟାନେଲ ସୂର୍ଯ୍ୟ କିରଣରୁ ଶକ୍ତି ଗ୍ରହଣ କରି ରୋଭରକୁ ଅଧିକ କାର୍ଯ୍ୟକ୍ଷମ କରିବା ପାଇଁ ଅପେକ୍ଷା କରାଯାଇଥିଲା । ଏସବୁ ପ୍ରକ୍ରିୟା ଶେଷ ହେବା ପରେ ଲ୍ୟାଣ୍ଡର ବିକ୍ରମର ଏକ ଦ୍ୱାର ଖୋଲିଥିଲା । ସେଥିରୁ ରୋଭର ପ୍ରଜ୍ଞାନ ବାହାରିଥିଲା ।ତେବେ ଲ୍ୟାଣ୍ଡରରେ ୪ଟି ପେ-ଲୋଡ୍ ଥିବାବେଳେ ରୋଭର ପ୍ରଜ୍ଞାନର ୨ଟି ପେ-ଲୋଡ୍ ରହିଛି  । ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ଥିବା ରାସାୟନିକ ପଦାର୍ଥର ମାତ୍ରା ଓ ଗୁଣାବତ୍ତାର ଯାଞ୍ଚ କରିବ  । ଚନ୍ଦ୍ରପୃଷ୍ଠରେ ମହଜୁଦ ଥିବା ଖଣିଜ ପଦାର୍ଥର ଅନୁସନ୍ଧାନ କରିବ  । ଚନ୍ଦ୍ରପୃଷ୍ଠରେ କେଉଁ ଉପାଦାନ ରହିଛି ତାହାର ଅନୁସନ୍ଧାନ କରିବ  ।

 

Leave A Reply

Your email address will not be published.