Latest Odisha News

BREAKING NEWS

ରାଉରକେଲାରେ ଜିଏସଟି ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍

ରାଉରକେଲା: ଭିଜିଲାନ୍ସ ଜାଲରେ ଜିଏସଟି ଅଧିକାରୀ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଉରକେଲାର ସହକାରୀ ବାଣିଜ୍ୟ କର ଓ ଜିଏସଟି ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ତାଙ୍କ ନାଁ ଅଲେଖ ମହାନନ୍ଦ । ଏକକାଳୀନ ୪ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢ଼ାଉ ଜାରି ରଖିଛନ୍ତି ।

ଅଲେଖ ମହାନନ୍ଦଙ୍କ ରାଉରକେଲା ଉଦିତନଗରରେ ଥିବା ବାସଭବନ, ପୈତୃକ ଗାଁ ସୁନ୍ଦରଗଡ଼ ଜିଲ୍ଲା ଭଷ୍ମା ଥାନା ଅନ୍ତର୍ଗତ ମଙ୍ଗସପୁର, ଚକରପୁରରେ ସମ୍ପର୍କୀୟଙ୍କ ଘରେ ଓ ରାଉରକେଲା ଉଦିନଗରରେ ଥିବା ଜିଏସଟି ଅଫିସରେ ରେଡ୍ ଚାଲିଛି ।

ସୁନ୍ଦରଗଡ଼ ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ଏହି ଚଢାଉ ଚାଲିଛି । ରେଡ୍ ବେଳେ କେତେ ଟଙ୍କାର ସମ୍ପତ୍ତି ଠାବ ହୋଇଛି, ସେନେଇ ଭିଜିଲାନ୍ସ ପକ୍ଷରୁ କୌଣସି ତଥ୍ୟ ପ୍ରଦାନ କରାଯାଇନାହିଁ । କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମିଳିଥିବା ସୂଚନା ରହିଛି ।

Leave A Reply

Your email address will not be published.