Latest Odisha News

ଦେଶରେ କୋଟିଏ ଛୁଇଁବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୯୯ ଲକ୍ଷ ଟପିଲା

ନୂଆଦିଲ୍ଲୀ: କିଛି ଦିନ ଭିତରେ ଦେଶରେ କୋଟିଏ ଛୁଇଁବ କରୋନା ସଂକ୍ରମିତଙ୍କ ସଂଖ୍ୟା । ଦୈନିକ ସଂକ୍ରମଣ କମିଥିଲେ ବି ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯୯ଲକ୍ଷ ପାର କରିଛି । କିନ୍ତୁ ଆଶ୍ୱସ୍ତିକର ଖବର ହେଉଛି, ପାଞ୍ଚ ମାସ ପରେ ସର୍ବନିମ୍ନ ସ୍ତରକୁ ଖସିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୨୨ହଜାର ୬୫ ପଜିଟିଭ୍ । ଯାହାକି ଗତ ପାଞ୍ଚ ମାସରେ ସବୁଠୁ କମ୍ । ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୯ଲକ୍ଷ ୬ହଜାର ୧୬୫କୁ ବୃଦ୍ଧି ପାଇଛି ।

ଗତ ୨୪ଘଣ୍ଟାରେ ମହାମାରୀ ନେଇଛି ୩୫୪ ଜୀବନ । ଦେଶରେ କରୋନାଜନିତ ମୋଟ୍ ମୃତ୍ୟୁସଂଖ୍ୟା ୧ଲକ୍ଷ ୪୩ହଜାର ୭୦୯ରେ ପହଞ୍ଚିଛି । ମୃତ୍ୟୁହାର ରହିଛି ୧.୪୫% । ଦୈନିକ ମୃତ୍ୟୁସଂଖ୍ୟା ଧୀରେ ଧୀରେ କମୁଛି ।

କମୁଛି ଆକ୍ଟିଭ୍ କେସ୍, ବଢୁଛି ସୁସ୍ଥହାର । ଦେଶରେ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି ୯୫ ପ୍ରତିଶତରୁ ଅଧିକ ସଂକ୍ରମିତ । ଗତ ୨୪ଘଣ୍ଟାରେ ଆଉ ୩୪ହଜାର ୪୭୭ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଦେଶରେ କରୋନାରୁ ସୁସ୍ଥ ହୋଇଛନ୍ତି ମୋଟ୍ ୯୪ଲକ୍ଷ ୨୨ହଜାର ୬୩୬ ଆକ୍ରାନ୍ତ । ଏବେ ଚିକିତ୍ସାଧୀନ ଅଛନ୍ତି ୩ଲକ୍ଷ ୩୯ହଜାର ୮୨୦ ସଂକ୍ରମିତ । ମୋଟ୍ ଆକ୍ରାନ୍ତଙ୍କ ୩.୪୩% ଆକ୍ଟିଭ୍ କେସ୍ ରହିଛି । ଗତ ୨୪ଘଣ୍ଟାରେ ଦେଶରେ ୯ଲକ୍ଷ ୯୩ହଜାର କୋଭିଡ୍ ଟେଷ୍ଟ ହୋଇଥିଲା ।

Leave A Reply

Your email address will not be published.