Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, ୫ଟି ସ୍ଥାନରେ ରେଡ୍

ଭୁବନେଶ୍ୱର: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଆର୍‌ଆଣ୍ଡବି ଡିଭିଜନ-୫ର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ । ତାଙ୍କ ନାଁ ସାରଦା ପ୍ରସାଦ ଗୌଡ଼ । ଏକକାଳୀନ ୫ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢ଼ାଉ ଜାରି ରଖିଛି ।

ସାରଦା ପ୍ରସାଦ ଗୌଡ଼ଙ୍କ ଭୁବନେଶ୍ୱର ଗଙ୍ଗନଗରରେ ଥିବା ଘର ଓ ଅଫିସରେ ରେଡ୍ କରାଯାଇଛି । ଗଙ୍ଗନଗରେର ରହିଛି ତିନି ମହଲା କୋଠା । ସେହିପରି ଗଞ୍ଜାମର ବଡ଼ଗଡ଼ରେ ଥିବା ପୈତୃକ ଘର, ଗାନ୍ଧିନଗରରେ ଥିବା ଘର ସମେତ ସୋରଡ଼ାରେ ଶ୍ୱଶୂର ଘରେ ବି ଚଢ଼ାଉ ଚାଲିଛି । ରେଡ୍ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.