Latest Odisha News

BREAKING NEWS

କୋପରେଟିଭ୍ ସୋସାଇଟି ଆସିଷ୍ଟାଣ୍ଟ ରେଜିଷ୍ଟ୍ରାରଙ୍କ ଘରେ ଭିଜିଲାନ୍ସ ରେଡ୍

ଢେଙ୍କାନାଳ: ଭିଜିଲାନ୍ସ ଜାଲରେ ଢେଙ୍କାନାଳ କୋପରେଟିଭ ସୋସାଇଟି ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର । ତାଙ୍କ ନାଁ ବିଦ୍ୟାଧର ବେହେରା । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୪ଟି ସ୍ଥାନରେ ରେଡ୍ ଚଳାଇଛି ଭିଜିଲାନ୍ସ ବିଭାଗ ।

ବିଦ୍ୟାଧରଙ୍କ ଢେଙ୍କାନାଳ ସ୍ଥିତ ଅଫିସ୍, ଭୁବନେଶ୍ୱର କଳାରାହାଙ୍ଗରେ ଥିବା ଘର ଓ ପଟିଆରେ ଥିବା ଫ୍ଲାଟରେ ଚଢ଼ାଉ କରାଯାଇଛି । ସେହିପରି ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀର ପୈତୃକ ଘର କୁମ୍ଭାରିଆରେ ବି ରେଡ୍ ଚଳାଇଛି ଭିଜିଲାନ୍ସ ଟିମ୍ ।

ରେଡ୍ ବେଳେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରର ଯାାଞ୍ଚ କରାଯାଉଛି । ଏହାସହ ବିଦ୍ୟାଧରଙ୍କ ସମ୍ପତ୍ତିର ଆକାଳନ ବି କରାଯାଉଛି ।

Leave A Reply

Your email address will not be published.