Latest Odisha News

ରାଜ୍ୟରେ ସ୍ଵାଭାବିକ ହେଲା ବସ୍ ଚଳାଚଳ

ଭୁବନେଶ୍ୱର: ଦୀର୍ଘ ଦିନର ବ୍ୟବଧାନ ପରେ ଆଜି ଠାରୁ ରାସ୍ତାରେ ପୁଣି ଗଡିଛି ରାଜ୍ୟ ସଡକ ପରିବହନର ବସ । ଉଭୟ ସରକାରୀ ଓ ବେସରକାରୀ ବସ ଚଳାଚଳ ସ୍ୱାଭାବିକ ହୋଇଛି ।

BjdElectrycity

୨୪ଟି ରୁଟ୍‌ରେ ଓଏସ୍‌ଆର୍‌ଟିସି ବସ୍ ଚଳାଚଳ କରିବ । ଓଏସ୍ଆରଟିସିର ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା ଦେଇଥିବା ସୁଚନା ଅନୁଯାୟୀ, ପ୍ରଥମ ଦିନରେ ୧୪ଟି ଡିପୋରୁ ୨୯ଟି ରୁଟରେ ୬୦ରୁ ଅଧିକ ବସ୍ ଚାଲିବା ଆରମ୍ଭ ହୋଇଛି । ଏହାସହ ସପ୍ତାହର ୭ ଦିନ ୮ଟି ରୁଟ୍‌ରେ ‘ମୋ ବସ୍‌’ ଚାଲିବା ନେଇ ମଧ୍ୟ ସୂଚନା ମିଳିଛି ।

ବସ୍‌ରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ଓ କର୍ମଚାରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଏହାସହ ଯାତ୍ରୀମାନଙ୍କୁ ବସ୍‌ରେ ଛିଡା ହୋଇଯିବାକୁ ମନା କରାଯାଇଛି । ଏହାସହ ଯାତ୍ରୀମାନଙ୍କୁ ଅଧିକରୁ ଅଧିକ ଡିଜିଟାଲ ପେମେଂଟ କରିବାକୁ ମଧ୍ୟ କୁହାଯାଇଛି ।

Leave A Reply

Your email address will not be published.