Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ମାଫିଆ ଲିଙ୍କରେ ନିଲମ୍ବିତ ଥାନା ବାବୁ

ବାଲେଶ୍ୱର: ଆୟଠୁ ଅଧିକ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ଥାନା ବାବୁ । ଜଳେଶ୍ୱର ଥାନାର ନିଲମ୍ବିତ ଆଇାଇସି ଧନେଶ୍ୱର ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ ଜାରି ରହିଛି ।

ଧନେଶ୍ୱରଙ୍କ ଜଳେଶ୍ୱର ସ୍ଥିତ ସରକାରୀ କ୍ୱାର୍ଟର, କଟକ ଓ ଭବନେଶ୍ୱରରେ ଥିବା ଘରେ ରେଡ୍ କରିଛି ଭିଜିଲାନ୍ସ ଟିମ୍ । ତାଙ୍କ ସମ୍ପର୍କୀୟଙ୍କ ଘରେ ବି ଚଢ଼ାଉ କରାଯାଉଛି । ଭିଜିଲାନ୍ସ ଟିମ୍ ଧନେଶ୍ୱରଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଆକଳନ କରିବ ।

ଡ୍ରଗ୍ସ ମାଫିଆଙ୍କ ଲିଙ୍କରେ ପୂର୍ବରୁ ନିଲମ୍ବିତ ହୋଇଥିଲେ ଧନେଶ୍ୱର ସାହୁ । ଡ୍ରଗ୍ସ ମାଫିଆଙ୍କୁ ଟଙ୍କା ମାଗିବା ସମ୍ପର୍କିତ ଏକ ଅଡ଼ିଓ ଭାଇରାଲ୍ ହୋଇଥିଲା । ତାପରେ ତାଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ହୋଇଥିଲା । ଏବେ ଭିଜିଲାନ୍ସ ସ୍କାନରରେ ଅଛନ୍ତି ଧନେଶ୍ୱର ।

Leave A Reply

Your email address will not be published.