Latest Odisha News

BREAKING NEWS

ମୋତେ ପଳାତକ କୁହନି; ଭାରତ ଛାଡିବା ପୂର୍ବରୁ ଅରୁଣ ଜେଟଲିଙ୍କୁ କହିଥିଲି.

ନୂଆଦିଲ୍ଲୀ: ଲଣ୍ଡନରେ ରହୁଥିବା ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା ଭାରତ ଛାଡିବା ପରେ ପ୍ରଥମ ଥର ପାଇଁ ଏକ ପଡକାଷ୍ଟରେ ପ୍ରତିକ୍ରିୟା ରଖିଛନ୍ତି।

ପଡକାଷ୍ଟରେ ସେ ନିଜ ପିଲାଦିନଠାରୁ ଆରମ୍ଭ କରି କିଙ୍ଗଫିସର ଏୟାରଲାଇନ୍ସ ପ୍ରତିଷ୍ଠା ଏବଂ ଆଇପିଏଲ୍ ଟିମ୍ କିଣିବା ପର୍ଯ୍ୟନ୍ତ ସବୁ ବିଷୟରେ ମୁଁହ ଖୋଲିଛନ୍ତି। ଏହି ସମୟରେ ମାଲ୍ୟା ଭାରତରୁ ପଳାୟନ ନେଇ କହିଛନ୍ତି ଯେ ଭାରତ ଛାଡିବା ପୂର୍ବରୁ ସେ ନିଜେ ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଏ ବିଷୟରେ ଜଣାଇଥିଲେ ଏବଂ ସଂସଦରୁ ସିଧା ବିମାନ ବନ୍ଦରକୁ ଗାଡ଼ି ଚଲାଇ ଯାଇଥିଲେ।

ଏପରିକି ସେ ଭାରତ ଛାଡିବା ପୂର୍ବରୁ ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଭେଟିଥିଲେ। ସେ ଜେନେଭାରେ FIA ବିଶ୍ୱ ପରିଷଦ ବୈଠକରେ ଯୋଗ ଦେବାକୁ ଯାଉଥିବା ନେଇ ତାଙ୍କୁ ଜଣାଇଥିଲେ। କିନ୍ତୁ ପରେ ତାଙ୍କର ପାସପୋର୍ଟ ବାତିଲ ହୋଇଯାଇଥିଲା ଯାହା ତାଙ୍କ ଯାତ୍ରା ଏବଂ ଉଦ୍ଦେଶ୍ୟ ଉଭୟକୁ ପ୍ରଭାବିତ କଲା।

ସେ ଆହୁରି ମଧ୍ୟ କହିଛନ୍ତି ଯେ ସଂସଦରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଜେନେଭା ଯାଉଥିବା ବିଷୟରେ କହିଥିଲେ। ଏଥିସହିତ ବ୍ୟାଙ୍କଗୁଡ଼ିକ ସହିତ କଥା ହେବାକୁ ଅନୁରୋଧ କରିଥିଲେ। ଯାହାଦ୍ୱାରା ମାମଲାର ସମାଧାନ ହୋଇପାରିବ। କିନ୍ତୁ ଯେତେବେଳେ ଏହି ଖବର ଗଣମାଧ୍ୟମରେ ପ୍ରଚାର ହେଲା ସେତେବେଳେ ଅରୁଣ ଜେଟଲୀ ପ୍ରଥମେ ଏହାକୁ ଅସ୍ୱୀକାର କରିଥିଲେ। କିନ୍ତୁ ପରେ ସ୍ୱୀକାର କରିଥିଲେ ଯେ ମାଲ୍ୟା ତାଙ୍କୁ ଭେଟିଥିଲେ ଏବଂ ସେହି ସାକ୍ଷାତ ବହୁତ ଛୋଟ ଓ ସଂକ୍ଷିପ୍ତ ଥିଲା।

ଉଲ୍ଲେଖଯୋଗ୍ୟ ଯେ ବିଜୟ ମାଲ୍ୟାଙ୍କ ବିରୁଦ୍ଧରେ ଭାରତରେ ପ୍ରାୟ ୯,୦୦୦ କୋଟି ଟଙ୍କାର ଋଣ ଠକେଇ ଏବଂ ମନି ଲଣ୍ଡରିଂ ଅଭିଯୋଗ ରହିଛି। ସେ ରାଜ୍ୟସଭା ସାଂସଦ ମଧ୍ୟ ରହିସାରିଛନ୍ତି। ଜାନୁଆରୀ ୨୦୧୯ରେ ତାଙ୍କୁ ‘ପଳାତକ’ ଘୋଷଣା କରାଯାଇଥିଲା। ଏହାବ୍ୟତୀତ ଜୁଲାଇ ୨୦୨୨ରେ ସୁପ୍ରିମକୋର୍ଟ ତାଙ୍କୁ କୋର୍ଟ ଅବମାନନା ମାମଲାରେ ଚାରି ମାସ ଜେଲଦଣ୍ଡ ମଧ୍ୟ ଦେଇଥିଲେ।

 

Comments are closed.