Latest Odisha News

ପୁରୀ-କୋଣାର୍କ ବେଳାଭୂମି ରାସ୍ତାର ବେଲଦଳଠାରେ ପାଳିତ ହେବ ବିଜୟ ଉତ୍ସବ

ପୁରୀ: ଆସନ୍ତା ୯ତାରିଖରେ ପୁରୀ କୋଣାର୍କ ବେଳାଭୂମି ରାସ୍ତାର ବେଲଦଳଠାରେ ପାଳିତ ହେବ ବିଜୟ ଉତ୍ସବ। ବେଦାନ୍ତ ବିଶ୍ୱବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତିର ପରବର୍ତ୍ତୀ ପଦକ୍ଷେପ କଣ ହେବ ତା ଉପରେ ଦୃଷ୍ଟି ନିକ୍ଷେପ କରିବେ ସୁପ୍ରିମକୋର୍ଟର ଆଇନଜୀବୀ ପ୍ରଶାନ୍ତ ଭୂଷଣ। ବିଶ୍ୱବିଦ୍ୟାଳୟ ଯଦି ସେହି ଅଞ୍ଚଳରେ ପ୍ରତିଷ୍ଠା ହୋଇଥାନ୍ତା ତାହା ହେଲେ ପରିବେଶ କିଭଳି ସମ୍ପୂର୍ଣ୍ଣ ଭୁଷୁଡି ପଡିଥାନ୍ତା ଓ ଏହାର ଜ୍ୱଳନ୍ତ ପ୍ରତିଛବିକୁ ସୁପ୍ରିମକୋର୍ଟରେ କିଭଳି ଯୁକ୍ତି ଉପସ୍ଥାପନ କରାଯାଇଥିଲା ସେ ସମ୍ପର୍କରେ ବିଶିଷ୍ଟ ପରିବେଶବିତ୍ ମେଧାପାଟେକର ଦୀକ୍ଷାନ୍ତ ଭାଷଣ ଦେବେ।

ଆଜି ସାମ୍ବାଦିକ ସମ୍ମିଳନୀରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ସଂଘର୍ଷ ସମିତିର ଆବାହକ ଉମାବଲ୍ଲଭ ରଥ ବିଜୟ ଉତ୍ସବକୁ ନେଇ ସୂଚନା ଦେଇଛନ୍ତି। ଦେଶର ସର୍ବୋଚ୍ଚ ନ୍ୟାୟାଳୟ ବେଦାନ୍ତ ସମ୍ପର୍କିତ ଓ ଅପିଲ ମୋକଦ୍ଦମାର ବିଚାର କରି ୧୦୫ ପୃଷ୍ଠାର ଦେଇଥିବା ଆଦେଶରେ ଏହାହିଁ ଶତପ୍ରତିଶତ ପ୍ରମାଣିତ ହୋଇଛି। ସେପଟେ ବେଦାନ୍ତ ବିଶ୍ୱବିଦ୍ୟାଳୟ ନାଁରେ ଅନିଲ ଅଗ୍ରୱାଲ ଫାଉଣ୍ଡେସନକୁ ଦେବା ପାଇଁ ୭,୦୦୦ ଏକର ବେଆଇନ ଜମି ଅଧିଗ୍ରହଣ ଉପରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଯେଉଁ ନିଷ୍ପତ୍ତି ଦେଇଛନ୍ତି। ତାକୁ ଆଧାର କରି ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ସରକାରକୁ ୨୫ଟି ପ୍ରଶ୍ନ ପଚାରିଛି ବେଦାନ୍ତ ବିଶ୍ୱବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତି।

ଜନ ସ୍ୱାର୍ଥବାଦୀ ଲୋକଙ୍କ ସରକାର “ମୋ ସରକାର” କହୁଥିବା ବିଜେଡି ସରକାର କାହିଁକି ନିର୍ଦ୍ଦିଷ୍ଟ ଗୋଟିଏ ଘରୋଇ କମ୍ପାନୀକୁ ଫାଇଦା ଦେବାପାଇଁ ୬,୦୦୦ ପରିବାରର ୩୦,୦୦୦ ଲୋକଙ୍କ ସ୍ୱାର୍ଥକୁ ତିଳାଞ୍ଜଳି ଦେଇ ପାରିଲା। ଭୂମି ଅଧିଗ୍ରହଣ ଆଇନ ୧୮୯୪ ଏବଂ ଭୂମି ଅଧିଗ୍ରହଣ ନିୟମ ୧୯୬୩ କୁ ଅବମାନନା କରି କାହିଁକି ଗରିବ ଲୋକ ଏବଂ ଜଗନ୍ନାଥ ମହାପ୍ରଭୁଙ୍କ ୭,୦୦୦ ଏକର ଚାଷ ଜମି ଅଧିଗ୍ରହଣ କରାଗଲା ବୋଲି ପ୍ରଶ୍ନ କରିଛନ୍ତି। ସେହିଭଳି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ କେତେ ଜମି ଆବଶ୍ୟକ ତାହା ଯାଞ୍ଚ ନକରି ୧୫,୦୦୦ ଏକର ଜମି ଯୋଗାଇ ଦେବାକୁ କାହିଁକି କମ୍ପାନୀ ସହିତ ସରକାର ଚୁକ୍ତି କରିଥିଲେ। ଏମିତିକି କେଉଁଠି ଜମି ଯୋଗାଇ ଦିଆଯିବ ତାହା ସରକାର ନିଷ୍ପତ୍ତି ନକରି କମ୍ପାନୀ ଚାହୁଁଥିବା ସମୁଦ୍ର ଉପକୂଳର୍ବୀ ଅଞ୍ଚଳରେ ମୂଲ୍ୟବାନ ଜମି ଦେବାକୁ କାହିଁକି ଚୁକ୍ତି କଲେ ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି।

Leave A Reply

Your email address will not be published.