Latest Odisha News

BREAKING NEWS

କ୍ରିକେଟ୍ ଜଗତର ଭଗବାନ ସଚିନ୍ ତେନ୍ଦୁଲକର ଅଲ୍କାରାଜଙ୍କ ଖେଳକୁ ପ୍ରଶଂସା କରି କହିଲେ ଏମିତି

ନୁଆଦିଲ୍ଳୀ: ଗଡ୍ ଅଫ୍ ଦି କ୍ରିକେଟ୍ ଭାବରେ ଜଣାଶୁଣା ସଚିନ୍ ତେନ୍ଦୁଲକର ନୂତନ ୱିମ୍ବଲଡନ୍ ବିଜେତା କାର୍ଲୋସ୍ ଅଲ୍କାରାଜଙ୍କ ଖେଳକୁ ସାବାସି ଦେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଥିଲେ । ଯେଉଁଥିରେ ତେନ୍ଦୁଲକର ଅଲ୍କାରାଜଙ୍କୁ ବେଶ୍ ପ୍ରଶଂସା କରିବା ସହିତ ଶୁଭେଛା ଜଣାଇଥିଲେ । ୱିମ୍ବଲଡନ୍ ଫାଇନାଲରେ ସ୍ପେନର କାର୍ଲୋସ୍ ଅଲକାରାଜ୍ ନିଜ କଳାର ଚମତ୍କାର ପ୍ରଦର୍ଶନ କରିବା ସହିତ ଲଗାତାର ୪ ଥର ଚାମ୍ପିଅନ୍ ହୋଇଆସୁଥିବା ନୋଭାକ୍ ଡ଼ି ଜୋକୋଭିକଙ୍କୁ ପରାସ୍ତ କରିଛନ୍ତି । ଏଥି ସହିତ ସେ ଜୋକୋଭିକଙ୍କ କ୍ରମାଗତ ପଞ୍ଚମ ଥର ବିଜେତା ହେବାର ସ୍ୱପ୍ନକୁ ଭାଙ୍ଗିଦେଇଛନ୍ତି ।

ଏନେଇ ସୋସିଆଲ ମିଡିଆରେ ଅଲ୍କାରାଜଙ୍କ ଖେଳକୁ ସବୁଠାରେ ପ୍ରଶଂସା କରାଯାଉଥିବା ବେଳେ କ୍ରିକେଟ୍ ଜଗତର ଭଗବାନ ସଚିନ୍ ତେନ୍ଦୁଲକର ସୋସିଆଲ ମିଡିଆରେ ଅଲକାରାଜଙ୍କ ଖେଳକୁ ପ୍ରଶଂସା କରି ଏକ ଚମତ୍କାର ପୋଷ୍ଟ ସେୟାର କରିଥିଲେ । ସଚିନ୍ ତେନ୍ଦୁଲକରଙ୍କ ସୋସିଆଲ ମିଡିଆରେ କରାଯାଇଥିବା ପୋଷ୍ଟର ଅର୍ଥ ଏହା ସୁଚାଉଛି ଯେ, ଦୁଇ ଆଥଲେଟ୍ସଙ୍କ ଠାରୁ ଏକ ଉତ୍କୃଷ୍ଟ ଟେନିସ୍ ଫାଇନାଲ ମ୍ୟାଚ୍ ଦେଖିବାକୁ ଅତି ଆକର୍ଶଣୀୟ ଓ ମଜାଦାର ଲାଗୁଥିଲା । ଏଥି ସହିତ ସଚିନ୍ କହିଛନ୍ତି ଯେ ମୁଁ ଆଗାମୀ ଦିନର ଜଣେ ଉଦୀୟମାନ ଟେନିସ୍ ସୁପରଷ୍ଟାରର ଉଜ୍ଜ୍ୱଳ ଭବିଷ୍ୟତକୁ ସ୍ପଷ୍ଟ ଦେଖିପାରୁଛି । ମୁଁ ବର୍ତ୍ତମାନ ଆଗାମୀ ୧୦-୧୨ ବର୍ଷ ପାଇଁ ଅଲ୍କାରାଜଙ୍କ କ୍ୟାରିଅର ଅନୁସରଣ କରିବାକୁ ଯାଉଛି, ଯେପରି ମୁଁ ରୋଜର ଫେଡେରରଙ୍କ ସହିତ କରିଥିଲି । ଶେଷରେ ସେ ଅଲ୍କାରାଜଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

ଯେପରି ସଚିନ୍ ତେନ୍ଦୁଲକର  ଅଳ୍ପ ବୟସରେ କ୍ରିକେଟ୍ ଖେଳିବା ଆରମ୍ଭ କରିଥିଲେ,ଠିକ୍ ସେହିପରି ଅଲକାରାଜ୍ ମଧ୍ୟ ୨୦ ବର୍ଷ ବୟସରେ ୱିମ୍ବଲଡନ୍ ୨୦୨୩ର ଫାଇନାଲ୍ ଜିତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ତେବେ ଏହା ହେଉଛି ଅଲ୍କାରାଜଙ୍କ ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟାଇଟଲ୍ । ଏଥି ସହିତ ୨୦ ବର୍ଷୀୟ ଅଲ୍କାରାଜ୍ ୱିମ୍ବଲଡନ୍ ଜିତିବାରେ ତୃତୀୟ ସ୍ପେନୀୟ ଖେଳାଳି ହୋଇଥିଲେ । ଏହାପୂର୍ବରୁ, ଆମେ ଟେନିସ୍ ପୃଷ୍ଠାରେ କେବଳ ରୋଜର ଫେଡେରର, ରାଫେଲ ନାଡାଲ ଏବଂ ନୋଭାକ୍ ଡ଼ି ଜୋକୋଭିକଙ୍କ ନାମ ଶୁଣିଥିଲୁ, କିନ୍ତୁ ସ୍ପେନର ୨୦ ବର୍ଷୀୟ କାର୍ଲୋସ୍ ଅଲ୍କାରାଜଙ୍କ ଏୈତିହାସିକ ବିଜୟ, ଯାହା କେହି ଆଶା କରିନଥିଲେ । ୱିମ୍ବଲଡନ ଟାଇଟଲ ଜିତିଥିବା ନୋଭାକ୍ ଜୋକୋଭିକ୍, ରୋଜର ଫେଡେରର, ରାଫେଲ ନାଡାଲ ଏବଂ ଆଣ୍ଡି ମୁରେଙ୍କ ତାଲିକାରେ କାର୍ଲୋସ୍ ଅଲ୍କାରାଜ୍ ମଧ୍ୟ ସାମିଲ୍ ହୋଇଛନ୍ତି ।

 

Leave A Reply

Your email address will not be published.