Latest Odisha News

BREAKING NEWS

ରାଜଧାନୀରେ ଖୋଲିବ ‘ଗାଁ ଆମ୍ବ ପସରା’

ଭୁବନେଶ୍ୱର : ଖରା ଦିନେ ଗାଁ ଗହଳିରେ ମିଳିଥାଏ ଭଳିକି ଭଳି ସୁଆଦିଆ ଆମ୍ବ । ତେବେ ଗ୍ରାମାଂଚଳରେ ମିଳୁଥିବା ବିଭିନ୍ନ ପ୍ରକାରର ଆମ୍ବକୁ ସହରବାସୀଙ୍କ ପାଖରେ ପହଞ୍ଚିଇବାର ପରିକଳ୍ପନା କରିଛି ଓରମାସ୍ ଓ ପଞ୍ଚାୟତିରାଜ ବିଭାଗ । ରାଜଧାନୀ ଭୁବନେଶ୍ୱରରେ ଆସନ୍ତା ୨୮ ତାରିଖରୁ ଜୁନ ୨୦ ତାରିଖ ଯାଏଁ ଖୋଲିବ ଏହି ‘ଗାଁ ଆମ୍ବ ପସରା’ ।

ଓର୍‌ମାସ ପକ୍ଷରୁ ଖୋଲିବାକୁ ଯାଉଥିବା ଏହି କାଉଣ୍ଟରଗୁଡିକରେ ଗ୍ରାହକ ସିଧାସଳଖ ଚାଷୀଙ୍କଠୁ ଆମ୍ବ କିଣିବେ । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଏହି କାଉଣ୍ଟର ଖୋଲିବ । ବାଇଗଣପଲେଇ, ଲେଙ୍ଗଡା, ବମ୍ବେ ଗ୍ରୀନ, ହିମସାଗର, ଦଶେରୀ, ସିନ୍ଧ୍ରି, ନୀଲମ୍‌, ତୋଟାପୁରୀ, ମଲ୍ଲିକା, ଆମ୍ରପଲ୍ଲୀ ଭଳି ପ୍ରାୟ ୧୦ରୁ ଅଧିକ ପ୍ରକାରର ଆମ୍ବ ବିକ୍ରିହେବ ।

କେମିକାଲ ମୁକ୍ତ ତଥା ପ୍ରାକୃତିକ ଉପାୟରେ ପାଚିଥିବା ଏହି ଆମ୍ବ ଲୋକଙ୍କ ପାଇଁ ଉପଲବ୍ଧ ହେବ ।

ଭୁବନେଶ୍ୱରରେ ବାଣୀବିହାର, ରାଜଭବନ ଛକ, ଡମଣା ଛକ,ପଟିଆ,ନନ୍ଦନକାନନ ରୋଡ୍‌, ଲିଙ୍ଗିପୁର,ବିଏମସି ଅଫିସ ନିକଟ, ଡୁମଡୁମା, ଲୋକସେବା ଭବନ ପଛ ପାଖରେ, କଳିଙ୍ଗ ଷ୍ଟୁଡିଓ ଛକ, ପୋଖରୀପୁଟ ଏବଂ ୟୁନିଟ ୮ ଅଂଚଳରେ ଏହି ‘‘ଗାଁ ଆମ୍ବ ପସରା’ ଖୋଲିବ ବୋଲି ସୂଚନା ଦେଇଛି ଓରମାସ୍ ।

ରାୟଗଡା, ଗଜପତି, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ବଲାଙ୍ଗିର, କଳାହାଣ୍ଡି, ମୟୂରଭଂଜ, କୋରାପୁଟ ଓ ବରଗଡ ଅଂଚଳର ଚାଷୀଙ୍କଠାରୁ ସିଧା ରାଜଧାନୀରେ ପହଞ୍ଚିବ ଏହି ଆମ୍ବ ପସରା ।

Leave A Reply

Your email address will not be published.