Latest Odisha News

BREAKING NEWS

ପୁରୀରୁ ୪ ଓ ବଲାଙ୍ଗିରରୁ ଆଉ ୨ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସମ୍ପୃକ୍ତ ୬ ଜଣଙ୍କ ମଧ୍ୟରୁ ପୁରୀରୁ ୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇ ଜଣ ପୁରୀ ଟାଉନର ହୋଇଥିବା ବେଳେ ଅନ୍ୟ ଦୁଇଜଣ କୋଣାର୍କ ଏବଂ ପିପିଲିର ହୋଇଥିବା ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ସମ୍ପୃକ୍ତ ୪ ଜଣଙ୍କ ମଧ୍ୟରୁ ୩ ଜଣ କ୍ୱାରେଂଟିନ ସେଂଟରରେ ଥିଲେ ଏବଂ ଅନ୍ୟ ପଜିଟିଭ ଜଣକ କୁମ୍ଭାରପଡା ପୋଲିସ ଗିରଫ କରିଥିବା ଅଭିଯୁକ୍ତ ବୋଲି ପୁରୀ ଜିଲ୍ଲାପାଳ ବଲବନ୍ତ ସିଂହ ସୂଚନା ଦେଇଛନ୍ତି । ସେପଟେ ଥାନା ଭିତରେ ଜଣେ ଅଭିଯୁକ୍ତ ସଂକ୍ରମିତ ଜଣାପଡିବା ପରେ ଥାନାର ସମସ୍ତ କର୍ମଚାରୀଙ୍କୁ ସଂଙ୍ଗରୋଧରେ ରହିବାକୁ କୁହାଯାଇଛି । ପୁରୀ କୁମ୍ଭାରପଡା ଥାନାକୁ ସାନିଟାଇଜ କରାଯାଇଛି ।

ସେହିପରି ଅନ୍ୟ ୨ ଜଣ କରୋନା ସଂକ୍ରମିତ ବଲାଙ୍ଗିର ହୋଇଥିବା ସୂଚନା ମିଳିଛି । ଏ ଦୁଇ ଜଣ ସୁରାଟ ଫେରନ୍ତା । ସେମାନଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ରିପୋର୍ଟ ପଜିଟିଭ ଆସିଥିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଆଜିର ୨ ଜଣ ପଜିଟିଭଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୬ରେ ପହଂଚିଛି ।

ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୮୩୪ରେ ପହଂଚିଛି । ତେବେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗରେ ଏନେଇ କୌଣସି ସୂଚନା ଦିଆଯାଇ ନାହିଁ । ୨ ଜିଲ୍ଲାର ଜିଲ୍ଲାପାଳ ଉପରୋକ୍ତ କରୋନା ପଜିଟିଭଙ୍କ ସମ୍ପର୍କରେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.