ବ୍ରିଟେନ: ପିଲାମାନଙ୍କ ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ବାହାରେ ଖେଳିବା ଉଚିତ । ସେଥିଲାଗି ପ୍ରତ୍ୟେକ ବାପାମାଆ ନିଜର ପିଲାକୁ ପାର୍କ କିମ୍ବା ଘର ବାହାରେ ଖେଳିବାକୁ ପରାମର୍ଶ ଦେଇଥାନ୍ତି । କିନ୍ତୁ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ଖୋଦ୍ ବାପାମାଆ ନିଜ ପିଲାଙ୍କୁ ବାହାରେ ଖେଳିବାକୁ ବାରଣ କରନ୍ତି ।
ବ୍ରିଟେନର ନୋରୱିଚ୍ର ଥର୍ପେ ହେମଲେଟ୍ ନାମକ ଏକ ଛୋଟିଆ ଗାଁରେ ଲୋକମାନେ ନିଜ ପିଲାମାନଙ୍କୁ ଏକାକୀ ବାହାରେ ଖେଳିବାକୁ ଛାଡ଼ନ୍ତି ନାହିଁ । ଏହା ନୁହେଁ ଯେ ଏଠାରେ କୌଣସି ଅପରାଧୀ କିମ୍ବା ଭୂତପ୍ରେତ ପାଇଁ ମନା କରନ୍ତି । ଏହି ଗାଁ ଏପରି ଏକ ସ୍ଥାନରେ ଅବସ୍ଥିତ, ଯେଉଁଠି କେହି ସୁରକ୍ଷିତ ନୁହଁନ୍ତି । ଏହି ଗାଁରେ ପିଲାମାନେ ଏକାକୀ ଘରୁ ବାହାରିବା ଅତ୍ୟନ୍ତ ବିପଦଜନକ ହୋଇପଡିଛି । ଗ୍ରାମବାସୀଙ୍କ କହିବା କଥା, ଏହି ଅଞ୍ଚଳର ସୁରକ୍ଷା ପାଇଁ କିଛି କରିବା ଆବଶ୍ୟକ । ସେମାନେ ନିଜ ପିଲାମାନଙ୍କୁ ଘରେ ଖେଳିବାକୁ ପରାମର୍ଶ ଦିଅନ୍ତି । କାରଣ ଘର ବାହାର ରାସ୍ତାରେ ଏତେଗୁଡ଼ିଏ ସିଙ୍କହୋଲ ତିଆରି କରାଯାଇଛି , ଯେକେହି ପିଲା କେତେବେଳେ ଏଥିରେ ପଡ଼ିଯାଇପାରିବ କହି ହେବ ନାହିଁ । ଦିନକୁ ଦିନ ଏହି ହୋଲଗୁଡ଼ିକର ସଂଖ୍ୟା ବି ବୃଦ୍ଧି ପାଉଛି । ଯାହା ଏଠାକାର ଲୋକଙ୍କ ପାଇଁ ବଡ଼ ସମସ୍ୟା ପାଲଟିଛି । ଏଭଳି ପରିସ୍ଥିତିରେ ପିଲାମାନଙ୍କୁ ଏକାକୀ ବାହାରକୁ ଯିବା ବନ୍ଦ କରିଦିଆଯାଇଛି ।
Comments are closed.