Latest Odisha News

BREAKING NEWS

୧୯ ବର୍ଷରୁ କମ ମହିଳା ଜାତୀୟ କ୍ରିକେଟ ଏକାଡେମୀ କ୍ୟାମ୍ପ ପାଇଁ ମନୋନୀତ ହେଲେ ୫ ଓଡିଆ

ଭୁବନେଶ୍ୱର: ଜାତୀୟ କ୍ରିକେଟ ଏକାଡେମୀ ୧୯ ବର୍ଷରୁ କମ ମହିଳା ଖେଳାଳିଙ୍କୁ ଆସନ୍ତା ମାସରେ ହେବାକୁ ଥିବା ଶିବିର ପାଇଁ ଚୟନ କରିଛି । ଏହି ଶିବିର ଏପ୍ରିଲ ୧୭ରୁ ମେ ୧୧ ପର୍ଯ୍ୟନ୍ତ ବିଭିନ୍ନ ଭେନ୍ୟୁରେ ଆୟୋଜିତ ହେବ । ଓଡିଶା ୫ଜଣ ଉଦୀୟମାନ ଖେଳାଳିଙ୍କୁ ଏହି ଶିବିର ପାଇଁ ଚୟନ କରାଯାଇଛି । ସେମାନେ ହେଲେ ପ୍ରିୟଙ୍କରୀ ମୁଦୁଲି, ସୁଚିସ୍ମିତା ପଣ୍ଡା, ଏସବି ଲରେନ୍ସ, ଦିବ୍ୟା ରାଉତରାୟ ଓ ତନ୍ମୟୀ ବେହେରା । ବିସିସିଆଇ ଘରୋଇ ସିଜନରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିମାନଙ୍କୁ ଏଥିପାଇଁ ଚୟନ କରିଛି । ଓଡିଶା କ୍ରିକେଟ ଆସୋସିଏଶନ ବିଧିବଦ୍ଧ ଭାବେ ଏ ସମ୍ପର୍କରେ ସୂଚନା ପ୍ରଦାନ କରିଛି ।

ପ୍ରିୟଙ୍କରି ଓ ସୁଚିସ୍ମିତା ଟିମ ଏ’ ଏବଂ ଦିବ୍ୟା ଓ ତନ୍ମୟୀ ଟିମ ଡି’ରେ ସ୍ଥାନ ପାଇଛନ୍ତି । ଲରେନ୍ସ ଟିମ ବିରେ ସୁଯୋଗ ପାଇଛନ୍ତି । ସୁଲତାନପୁରରେ ଟିମ ଏ, ରାଂଚୀରେ ଟିମ ବି ଓ ଭାଲସାଡ ପ୍ରଶିକ୍ଷଣ ଶିବିରରେ ଟିମ ଡି ଖେଳାଳି ଯୋଗ ଦେବେ ।

Leave A Reply

Your email address will not be published.