Latest Odisha News

BREAKING NEWS

କଙ୍ଗାରୁ କୋର୍ଟରେ ସଜ୍ଜା ! ଜୀବନ ହାରିଲେ ଯୁବକ

ନୟାଗଡ଼ : କଙ୍ଗାରୁ କୋର୍ଟର କଠୋର ନିଷ୍ପତ୍ତିରେ ଜୀବନ ହାରିଲେ ଯୁବକ । କଙ୍ଗାରୁ କୋର୍ଟରେ ଭୁଲ୍‌ ମାଗିବା ସହ ୮ ହଜାର ୫ ଶହ ଟଙ୍କା ଫାଇନ୍‌ ଦେଇଥିଲେ ଯୁବକ ଜଣକ । ଏହାପରେ ଏଥିରେ ଅପମାନିତ ହୋଇ ଯୁବକ ଜଣ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

ନୟାଗଡ଼ ଜିଲ୍ଲା ଖତିଆଁ ଗାଁର ସୁନନ୍ଦ ବେହେରା ନାମକ ଜଣେ ଯୁବକ ଗାଁର ଜଣେ ରୋଗୀଙ୍କୁ ନେଇ ଦର୍ପନାରାୟଣପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ । ସେଠାରେ ଡାକ୍ତର ନଥିବାରୁ ମେଡ଼ିକାଲରେ ପାଟିତୁଣ୍ଡ କରିବା ସହ ଡାକ୍ତରଙ୍କୁ ଫୋନ ଯୋଗେ ମେଡିକାଲର ଅବ୍ୟବସ୍ଥା ନେଇ ପାଟିତୁଣ୍ଡ କରିଥିଲେ ।

ଘଟଣାକୁ ନେଇ ଡାକ୍ତର ଜଣଙ୍କ ଗାଁର କଙ୍ଗାରୁ କୋର୍ଟରେ ଅଭିଯୋଗ କରିଥିଲେ । ଏହାପରେ ସର୍ବସାଧାରଣରେ ଡାକ୍ତରଙ୍କ ଗୋଡ଼ ଧରି ଭୁଲ୍‌ ମାଗିବାକୁ ସୁନନ୍ଦଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ସୁନନ୍ଦ କଙ୍ଗାରୁ କୋର୍ଟରେ ଡାକ୍ତରଙ୍କୁ ଭୁଲ୍‌ ମାଗିବା ସହ ୮ ହଜାର ୫ ଶହ ଟଙ୍କା ଫାଇନ୍‌ ଦେଇଥିଲେ । କିନ୍ତୁ ଏଥିରେ ଅପମାନିତ ହୋଇ ସୁନନ୍ଦ ଆତ୍ମହତ୍ୟା କରିଥିବା ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି । ଏନେଇ  ସୁନନ୍ଦଙ୍କ ପତ୍ନୀ ରଣପୁର ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.