ପଦ୍ମପୁର : ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ବେଳେ ବରଗଡ ଜିଲ୍ଲାରେ ମତଦାନ ପ୍ରକ୍ରିୟା ଶେଷ ହୋଇଛି ।ଦୁଇଟି ବ୍ଲକରେ ଭୋଟ ବର୍ଜନ କରିଛନ୍ତି ଗ୍ରାମବାସୀ । ରାଜବୋଡାସମ୍ବର ବ୍ଲକର ୨ ଟି ଗାଁ ଓ ଗାଇସିଲାଟ ବ୍ଲକର ଗୋଟିଏ ଗାଁ ର ଗ୍ରାମବାସୀ ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବାରୁ ଭୋଟ ବର୍ଜନ କରିଛନ୍ତି । ଫଳରେ ଏଠାରେ ମତଦାନ ବନ୍ଦ ରହିଥିଲା ।
ରାଜବୋଡାସମ୍ବର ବ୍ଲକ ଜମରତଲା ପଞ୍ଚାୟତରେ ମୋବାଇଲ ଟାୱାର ନଥିବାରୁ ଗ୍ରାମବାସୀ ଅସୁବିଧାର ପଡୁଛନ୍ତି । ଏଠାରେ ଗ୍ରାମବାସୀ ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଜିତ ହେଉଥିବାରୁ ଭୋଟ୍ ବର୍ଜନ ପାଇଁ ନିଷ୍ପତ୍ତି ନେଇଥିଲେ ।
ସେହିପରି ରାଜବୋଡାସମ୍ବର ବ୍ଲକ ଲୁହାରପାଲି ପଞ୍ଚାୟତର ଗମ୍ଭାରୀ ଡିହି ଏବଂ ଗାଇସିଲାଟ ବ୍ଲକ ଜଡାମୁଣ୍ଡା ଗାଁରେ ମଧ୍ୟ ଭୋଟ ବର୍ଜନ କରିଛନ୍ତି ଗ୍ରାମବାସୀ ।ପ୍ରଶାସନ ପକ୍ଷରୁ ସେମାନଙ୍କୁ ବୁଝାଯାଇଥିଲେ ମଧ୍ୟ ଗାଁ ଲୋକ ଭୋଟ ଦେଇନଥିଲେ ।
Comments are closed.