Latest Odisha News

BREAKING NEWS

ଗାଁକୁ ନାହିଁ ରାସ୍ତା, ସ୍ଥାୟୀ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀଙ୍କ ଦାବୀ

ଜଗତସିଂହପୁର : ଗାଁକୁ ନାହିଁ ରାସ୍ତା । ରୋଗୀଟିଏ ରୋଗରେ ପଡ଼ିଲେ ନାଁ ଆସିପାରୁଛି ଆମ୍ବୁଲାନ୍ସ, ନାଁ ଆସିପାରୁଛି ଅଗ୍ନିଶମ ଗାଡ଼ି । ଦୀର୍ଘ ଏକ କିଲୋମିଟର ପର୍ଯ୍ୟନ୍ତ ରୋଗୀକୁ ଟେକିଟେକି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥାନ୍ତି ଗ୍ରାମବାସୀ। ଆମେ କୌଣସି ଉପାନ୍ତ ଅଞ୍ଚଳ କଥା କହୁନାହୁଁ ବରଂ ଏ ହେଉଛି ଜଗତସିଂହପୁର ଜିଲ୍ଲାର ଶାଳଜଙ୍ଗ ପଞ୍ଚାୟତ ଅନ୍ତର୍ଗତ ଛଣହତା ଗାଁର ଦୃଶ୍ୟ ।

ଛଣହତା ଗାଁ ଲୋକେ ମାଟି ରାସ୍ତା ଉପରେ ନିର୍ଭର କରି ଆସୁଥିବା ବେଳେ ବର୍ଷାଦିନେ ପାଣି କାଦୁଅ ରାସ୍ତାରେ ପିଲାମାନେ ସ୍କୁଲକୁ ଯାଇ ପାରୁନାହାଁନ୍ତି । କେବଳ ନିର୍ବାଚନ ସମୟରେ ନେତାମାନେ ଭୋଟ ପାଇଁ ଆସି ପ୍ରତିଶ୍ରୁତି ଦେଇ ଯାଆନ୍ତି ହେଲେ ନିର୍ବାଚନ ସରିଲେ ଏହି ଛଣହତା ଗାଁ କଥା ଭୁଲି ଯାଆନ୍ତି ।

ବର୍ତ୍ତମାନ ସରକାର ସବୁ ଗାଁକୁ କଂକ୍ରିଟ ରାସ୍ତା ନିର୍ମାଣ କରିଛନ୍ତି । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଯେ, ଏହି ଛଣହତା ଗ୍ରାମବାସୀ ମାନେ ବାରମ୍ବାର ପ୍ରଶାସନକୁ ଗୁହାରୀ ଜଣାଇଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଗାଁକୁ ସବୁଦିନିଆ ତଥା ସ୍ଥାୟୀ ରାସ୍ତାଟିଏ ହୋଇ ପାରିନାହିଁ । ତେବେ ଗାଁରେ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।

 

Leave A Reply

Your email address will not be published.