Latest Odisha News

ନୂତନ ଶିକ୍ଷକ ନିଯୁକ୍ତିକୁ ବିରୋଧ କରି ବିଦ୍ୟାଳୟରେ ତାଲା

ଗୁଣୁପୁର :ନୂତନ ଶିକ୍ଷକଙ୍କ ନିଯୁକ୍ତିକୁ ବିରୋଧ କରି ବିଦ୍ୟାଳୟରେ ତାଲା । ରାୟଗଡା ଜିଲ୍ଲା ଗୁଣୁପୁର ପୌର ପରିଷଦ ଅନ୍ତର୍ଗତ ହାଉସିଂବୋର୍ଡ ପ୍ରାଥମିକ ବିଦ୍ୟାଳୟରେ ଏବେ ଝୁଲୁଛି ତାଲା ।

ଏହି ବିଦ୍ୟାଳୟରେ ମୋଟ ୬୫ ଜଣ ଛାତ୍ରଛାତ୍ରୀ ପାଠପଢୁ ଥିବାବେଳେ ୬ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ରହିଛନ୍ତି । ତେବେ ଏଥିମଧ୍ୟରୁ ୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଦିବ୍ୟ।ଙ୍ଗ ଥିବାରୁ ପାଠପଢାରେ ବ୍ୟାଘାତ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏ ନେଇ ଗୁଣୁପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଲିଖିତ ଅଭିଯୋଗ ଗ୍ରାମବାସୀଙ୍କ ତରଫରୁ କରାଯାଇଛି ।

ପୂର୍ବରୁ ୫ ଜଣ ଶିକ୍ଷକଙ୍କ ମଧ୍ୟରୁ ୪ ଜଣ ଦିବ୍ୟ।ଙ୍ଗ ଥିବା ବେଳେ ପୁଣି ଆଉ ଜଣେ ଦିବ୍ୟ।ଙ୍ଗ ଶିକ୍ଷକଙ୍କୁ ଏଠାରେ ନୂତନ ନିଯୁକ୍ତି ଦିଆଯାଇଛି । ଯାହାର ତୀବ୍ର ବିରୋଧ କରିଛନ୍ତି ଗ୍ରାମବାସୀ ।

Comments are closed.