Latest Odisha News

ଭିନେଶ କହିଲେ ଡବ୍ଲ୍ୟୁଏଫଆଇ ଅଧ୍ୟକ୍ଷ ମୋତେ ଅଲିମ୍ପିକ୍ସରେ ଖେଳାଇ ଦେବାକୁ ଚାହୁଁ ନାହାନ୍ତି

ନୂଆଦିଲ୍ଲୀ: ଭାରତର ଷ୍ଟାର ମହିଳା ରେସଲର ଭିନେଶ ଫୋଗଟ ଶୁକ୍ରବାର ଭାରତୀୟ କୁସ୍ତି ସଂଘ ଅଧ୍ୟକ୍ଷ ସଞ୍ଜୟ ସିଂଙ୍କୁ ନେଇ ଗମ୍ଭୀର ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ, ଡବ୍ଲ୍ୟୁଏଫଆଇ ଓ ତାଙ୍କ ସହଯୋଗୀ ଅଧିକାରୀ ମାନ୍ୟତା ପତ୍ର ପ୍ରଦାନ ନ କରି ଅଲିମ୍ପିକ୍ସରେ ଖେଳାଇ ନ ଦେବା ପାଇଁ ଉଦ୍ୟମ କରୁଛନ୍ତି । ଅପରପକ୍ଷରେ ସଂଘ ପକ୍ଷରୁ କୁହାଯାଇଛି ଯେ, ସମୟ ସୀମା ଶେଷ ହେବା ପର୍ଯ୍ୟନ୍ତ ଭିନେଶ ଆବେଦନ କରି ନାହାନ୍ତି । ଏପରିକି ତାଙ୍କ ବିରୋଧରେ ଡୋପିଂ ଷଡଯନ୍ତ୍ର ରଚାଯାଉଛି ବୋଲି ମାରାତ୍ମକ ଅଭିଯୋଗ ଆଣିଛନ୍ତି । ୨୯ ବର୍ଷୀୟା ଭିନେଶ ୨୦୧୯ ଓ ୨୦୨୨ ବିଶ୍ୱ ଚାମ୍ପିୟନଶିପର ୫୩ କିଗ୍ରା ବିଭାଗରେ ବ୍ରୋଞ୍ଜ ପଦକ ଜିତିଥିଲେ । ୨୦୧୮ ଏସିଆନ ଗେମ୍ସରେ ସେ ୫୦ କିଗ୍ରା ବିଭାଗରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।

ଭିନେଶ କିର୍ଗିସ୍ତାନରେ ହେବାକୁ ଥିବା ଏସୀୟ କ୍ୱାଲିଫାଇଂ ଟୁର୍ଣ୍ଣାମେଂଟ ମାଧ୍ୟମରେ ଅଲିମ୍ପିକ କୋଟା ହାସଲ କରିବାକୁ ଚାହୁଁଛନ୍ତି । ପଟିୟାଲାରେ ଅନୁଷ୍ଠିତ ଟ୍ରାଏଲରେ ସେ ୫୩ କିଗ୍ରା ବିଭାଗରେ ଅଂଶଗ୍ରହଣ କରି ସେମିଫାଇନାଲରୁ ବିଦାୟ ନେଇଥିଲେ । ଡବ୍ଲ୍ୟୁଏଫଆଇ କହିବା ଅନୁସାରେ କୋଚ, ଫିଜିଓଙ୍କ ମାନ୍ୟତା ପତ୍ର ଜାରୀ କରିବା ପାଇଁ ଭିନେଶଙ୍କ ଇମେଲ ମାର୍ଚ୍ଚ ୧୮ରେ ଆସିଥିଲା । ସେତେବେଳକୁ ୟୁନାଇଟେଡ ୱାର୍ଲ୍ଡ ରେସଲିଂ ନିକଟକୁ ଖେଳାଳି, କୋଚ ଓ ମେଡିକାଲ ଷ୍ଟାଫଙ୍କ ସୂଚୀ ପଠା ଯାଇ ସାରିଥିଲା । ମାର୍ଚ୍ଚ ୧୧ରେ ଏହାର ଶେଷ ତାରିଖ ଥିଲା । ଏବେ ଅନୁମତି ପାଇଁ ତାଙ୍କୁ ସିଧାସଳଖ ୱାର୍ଲ୍ଡ ରେସଲିଂରୁ ଅନୁମିତ ଆଣିବାକୁ ପଡିବ ।

Leave A Reply

Your email address will not be published.