Latest Odisha News

BREAKING NEWS

[ଭିଡିଓ] ଯେମିତିକୁ ସେମିତି, ନିର୍ଦୟ ବ୍ୟକ୍ତିକୁ ବୁଦ୍ଧି ଶିଖାଇଲା ଗାଈ

ଭୁବନେଶ୍ୱର: ଜୀବଜନ୍ତୁ ଦୟା ଓ ସହାନୁଭୂତିର ମର୍ମ ବୁଝନ୍ତି । ଏ କଥାକୁ ପ୍ରମାଣିତ କରିଛି ଏକ ଭାଇରାଲ୍ ଭିଡିଓ । ଏହି ଭିଡିଓରେ ଜଣେ ବ୍ୟକ୍ତି ଗୋଟିଏ କୁକୁରକୁ ମାଡ ମାରୁଥିବାର ଦେଖାଯାଇପାରେ । ହେଲେ କିଛି କ୍ଷଣ ପରେ ଗୋଟିଏ ଗାଈ ଆସି ବ୍ୟକ୍ତିଙ୍କ କବଳରୁୁ କୁକୁରଟିକୁ ରକ୍ଷା କରିଥିଲା । ତେବେ ଏହି ଭିଡିଓଟି କେଉଁଠୁ ଆସିଛି ଓ କେତେ ପୁରୁଣା ତାହା ସ୍ପଷ୍ଟ ହୋଇପାରିନି ।

ନିର୍ଦୟୀ ବ୍ୟକ୍ତି ଜଣକ କୁକୁରର ବେକକୁ ଅତି ଅମାନୁଷିକ ଭାବେ ଧରିଥିଲେ । ଯନ୍ତ୍ରଣାରେ ଛଟପଟ ହେଉଥିଲା ଅସହାୟ ବୁଲା କୁକୁର । ହେଲେ ଆମ କର୍ମକୁ ନେଇ ଫଳ ସଦାସର୍ବଦା ଅପେକ୍ଷା କରି ରହିଥାଏ । ହଠାତ୍ ଏକ ଗାଈ କେଉଁଆଡୁ ଆସି ବ୍ୟକ୍ତି ଜଣକୁ ଆକ୍ରମଣ କରି କୁକୁରଟିକୁ ନିର୍ଯାତନାରୁ ମୁକ୍ତି ଦେଇଥିଲା । ଏହି ଘଟଣା ଆମକୁ ଅନେକ କିଛି ଶିକ୍ଷା ଦେଇଛି । ଯେଉଁଠି ବିଚ୍ ରାସ୍ତାରେ ମଣିଷ ଉପରେ ହେଉଥିବା ଅତ୍ୟାଚାରକୁ ମଣିଷ ଅଣଦଖୋ କରୁଛି, ସେଠି ସାମାନ୍ୟ ଜନ୍ତୁ ମଣିଷଠୁ ବଳି ମାନସିକତାର ଉଦାହରଣ ଦେଇଥିଲା ।

Comments are closed.