Latest Odisha News

BREAKING NEWS

[ଭିଡିଓ] ପ୍ରଶାନ୍ତ ମହାସାଗର ଉପରେ କ’ଣ ଉଡୁଥିଲା, ୟୁଏଫ୍‌ଓ ନା ଆଉ କିଛି ?

ଭୁବନେଶ୍ୱର: ଏଲିଅନ୍ସକୁ ନେଇ ମାନବ ଜାତି ମନରେ ରହିଛି ଅସରନ୍ତି ପ୍ରଶ୍ନ ଓ କୌତୁହଳ । ଅନେକ ସମୟରେ ଭିନ୍ନଭିନ୍ନ ଲୋକ ଏଲିଅନ୍ସ କିମ୍ବା ୟୁଏଫ୍‌ଓ ଦେଖିଥିବା ନେଇ ଦାବି କରିଆସିଛନ୍ତି । ହେଲେ କେବେ ବି ସେମାନଙ୍କ ଦାବିକୁ ବିଜ୍ଞାନ ସହଜରେ ଗ୍ରହଣ କରିପାରିନି । ତେବେ ନିକଟରେ ୟୁଏଫ୍‌ଓ ଦେଖିଥିବା ନେଇ ଜଣେ ପାଇଲଟଙ୍କ ଦାବି ଚର୍ଚ୍ଚାରେ ରହିଛି ।

BjdElectrycity

ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ଏହି ଭିଡିଓଟିକୁ ଜଣେ ପାଇଲଟ ସେୟାର କରିଛନ୍ତି । ପାଇଲଟଙ୍କ ଦାବି ପ୍ରଶାନ୍ତ ମହାସାଗର ଉପରେ ଫ୍ଲାଇଟ୍ ଉଡାଉଥିବା ସମୟରେ ସେ ଏକାଧିକ ଆଲୋକର ପ୍ରତିଫଳନ ଦେଖିବାକୁ ପାଇଥିଲେ । ଏପରିକି ସେ ମୋବାଇଲରେ ଘଟଣାଟିକୁ କଏଦ କରି ନିଜ ଦାବିକୁ ସତ ପ୍ରମାଣିତ କରିବାକୁ ଚେଷ୍ଟା କରିଛନ୍ତି ।

ପ୍ରାୟ ୩୯ ହଜାର ଫୁଟ୍ ଉଟ୍ଟତାରେ ଏହି ଦୃଶ୍ୟ ପାଇଲଟଙ୍କ ସାମ୍ନାକୁ ଆସିଥିଲା । ତେବେ କିଛି ସମୟ ମଧ୍ୟରେ ଏହି ଦୃଶ୍ୟ କ୍ରମଶଃ ମେଘ ମଧ୍ୟରେ ଉଭାନ୍ ହୋଇଯାଇଥିଲା । ଏହି ଘଟଣାକୁ ନେଇ କୌଣସି ବିଶେଷଜ୍ଞଙ୍କ ମତାମତ୍ତ ସାମ୍ନାକୁ ଆସିପାରିନି । ତେବେ ସୋସିଆଲ ମିଡିଆରେ ଅନେକ ଲୋକ ଏହି ଦୃଶ୍ୟକୁ ଦେଖିବା ପରେ ଏଲିଅନଙ୍କ ଉପସ୍ଥିତିକୁ ନେଇ ମିଶ୍ରିତ ପ୍ରତିକ୍ରିୟା ଦେଇଛନ୍ତି ।

Leave A Reply

Your email address will not be published.