Latest Odisha News

BREAKING NEWS

ଓଡ଼ିଶାରେ ଅଧାରୁ ସ୍କୁଲ ଛାଡିଥିବା ପିଲାଙ୍କ ତାଲିକା ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଓଡ଼ିଶାରେ ଅଧାରୁ ପାଠ ପଢ଼ା ଛାଡି ଥିବା ପିଲାଙ୍କ ତାଲିକ ଦାଖଲ କଲେ ରାଜ୍ୟ ସରକାର। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି କି ୨୦୨୦-୨୧ରେ ପିଲା ଅଧାରୁ ପାଠ ପଢ଼ା ଛାଡି ଦେଇଛନ୍ତି। କରୋନା କାଳରେ ପିଲାମାନେ ପାଠପଢ଼ା ଛାଡୁଛନ୍ତି। ଏହି ରିପୋର୍ଟ ଅନୁସାରେ କଳାହାଣ୍ଡିରୁ ୬୭୩୧ ଜଣ ପିଲା ସ୍କୁଲ ଛାଡିଛନ୍ତି, ସେହିପରି କୋରାପୁଟରୁ ୩୫୮୭ ଜଣ ପିଲା, ସୁନ୍ଦଗଡ଼ରୁ ୩୪୨୬ ଜଣ ପିଲା ସ୍କୁଲ ଛାଡିଛନ୍ତି ,ଅନୁଗୁଳରୁ ୨୭୧୫ଜଣ ପିଲା ସ୍କୁଲ ଛାଡିଛନ୍ତି।

ସମୁଦାୟ ୪୯ ,୦୯୮ ଜଣ ସ୍କୁଲ ଶିକ୍ଷା ଛାଡିଛନ୍ତି ବୋଲି ଜଣାପଡ଼ିଛି।ସେଥିମଧ୍ୟରୁ ଏସସି ପିଲା ୧୧,୦୪୫ ଜଣ ହୋଇଥିବା ବେଳେ,୧୫୭୯୨ ଜଣ ଏସଟି ପିଲା ଅଛନ୍ତି। ହେଲେ ଏମାନଙ୍କୁ ସ୍କୁଲକୁ ଆଣିବା ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ବିଧାନସଭାରେ ଗଣଶିକ୍ଷାମାନ୍ତ୍ରୀ କହିଥିଲେ। ତାରା ପ୍ରସାଦ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରଶ୍ନ କରିଥିଲେ ଯେ କରୋନା ପରେ ସରକାର ସ୍କୁଲ ଖୋଲିବାକୁ ସରକାର ଅନୁମତି ପ୍ରଦାନ କରିଛନ୍ତି କି ନାହିଁ।

ପିଲାମାନେ ସ୍କୁଲ ଆସିବାକୁ ଆଗ୍ରହ ପ୍ରକାଶ କରୁନାହାଁନ୍ତି କାହକିଁ। ସମଗ୍ର ରାଜ୍ୟରେ ପାଠ ପଢ଼ୁଥିବା ପିଲାଙ୍କ ସଂଖ୍ୟା କେତେ ରହିଛି।ଏ ସଂକ୍ରାନ୍ତରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବିଧାନସଭାରେ ତଥ୍ୟ ଉପସ୍ଥାପନା କରିଥିଲେ । ୨୦୨୦-୨୧ ମହିହାରେ ସର୍ଭେ କରାଯାଇଥିବା ରିପୋର୍ଟକୁ ଶିକ୍ଷାମନ୍ତ୍ରୀ ଉପସ୍ଥାପନା କରିଥିଲେ।

Leave A Reply

Your email address will not be published.