Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଦୁଇ ବର୍ଷର ଛୁଆ ନିକଟରେ “ପୁଷ୍ପା” କ୍ରେଜ୍‌

ଭୁବନେଶ୍ୱର: କେବଳ ଭାରତ ନୁହେଁ ବିଦେଶରେ ଦେଖିବାକୁ ମିଳିଛି ଫିଲ୍ମ ପୁଷ୍ପାରେ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ କ୍ରେଜ୍ । ଖାସ କରି ଶ୍ରୀଭଲ୍ଲି ଗୀତରେ ମତୁଆଲା ଅଗଣିତ ଫିଲ୍ମ ପ୍ରେମୀ । ଅନେକ ଲୋକ ଇନଷ୍ଟାଗ୍ରାମ୍‌, ୟୁଟ୍ୟୁବ୍ ସର୍ଟସ୍ ଓ ବିଭିନ୍ନ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଏହି ଗୀତରେ ଡାନ୍ସ କରିବାରେ ନଜର ଆସିଛନ୍ତି । ତେବେ ନିକଟରେ ମାତ୍ର ଦୁଇବର୍ଷର ଶିଶୁ ଏହି ଗୀତରେ ନାଚିବାର ଭିଡିଓ ସମସ୍ତଙ୍କୁ ତାଜୁବ କରିଛି ।

ଫେସବୁକରେ ଭାଇରାଲ୍ ହୋଇଥିବା ଏହି ଭିଡିଓରେ ଗୋଟିଏ ଦୁଇବର୍ଷର ଶିଶୁ ଶ୍ରୀଭଲ୍ଲି ଗୀତରେ ନାଚିବାରେ ନଜର ଆସିଛି । ଭିଡିଓଟିକୁ ଶୁଭଦୀପ କାନ୍ତାଲ୍ ନାମକ ଜଣେ ବ୍ୟକ୍ତି ପ୍ରଥମେ ସେୟାର କରିଥିଲେ । ଟିଭିରେ ଶ୍ରୀଭଲ୍ଲି ଗୀତ ବାଜିବା ମାତ୍ରେ ଛୋଟ ଛୁଆଟି ନିଜ ଅନ୍ଦାଜରେ ଚାରିପଟେ ଘୁରିଘୁରି ନାଚିବାରେ ସ୍ପଷ୍ଟ ଦେଖାଯାଇପାରେ । ବୟସ ମାତ୍ର ଦୁଇବର୍ଷ, ତଥାପି ଅଲ୍ଲୁ ଅର୍ଜୁନଙ୍କ ଡାନ୍ସ ଷ୍ଟେପ୍ସ କପି କରିବା ନେଇ ଏହି ଶିଶୁଟିର ଉଦ୍ୟମକୁ ଲୋକେ ଭୁରିଭୁରି ପ୍ରଶଂସା କରିଛନ୍ତି ।

ଫିଲ୍ମ ପୁଷ୍ପାରେ ଶ୍ରୀଭଲ୍ଲି ଗୀତଟିର ଲିରିକ୍ସ ଭାର ଚନ୍ଦ୍ରବୋଷ ସମ୍ଭାଳିଛନ୍ତି । ଦେବୀଶ୍ରୀ ପ୍ରସାଦଙ୍କ ଦ୍ୱାରା କମ୍ପୋଜ୍ ହୋଇଥିବା ଏହି ଗୀତଟି ୟୁଟ୍ୟୁବରେ ବର୍ତ୍ତମାନ ସୁଦ୍ଧା ୧୫୯ ମିଲିଅନରୁ ଅଧିକ ଭିୟର୍ସିପ୍ ହାସଲ କରିଛି ।

Comments are closed, but trackbacks and pingbacks are open.