Latest Odisha News

BREAKING NEWS

[ଭିଡ଼ିଓ] ଖୈଟ ପର୍ବତ ଶିଖରରେ ପରୀ ରାଇଜ

ଉତ୍ତରାଖଣ୍ଡ : ପରୀ ରାଇଜ କଥା ଶୁଣିବାକୁ କାହାକୁ ବି ଭଲ ନ ଲାଗେ । ଏହି ପରୀ ମାନଙ୍କ କଥା କହିଲେ ମନରେ ଅନେକ ପ୍ରଶ୍ନ ଉଙ୍କି ମାରେ। ସେମିତି ଏକ ସ୍ଥାନ ରହିଛି ଯେଉଁସ୍ଥାନକୁ କୁଆଡେ ପରୀ ମାନେ ଆସିଥାନ୍ତି । ଏହାକୁ ନେଇ ଲୋକଙ୍କ ମନରେ ବି ରହିଛି ଅନେକ ବିଶ୍ୱାସ। ଏ ହେଉଛି ଉତ୍ତରାଖଣ୍ଡର ଖୈଟ ପର୍ବତ । ବିଶ୍ୱାସ ରହିଛି ଏଠାରେ ଅଛି ପରୀ ରାଇଜ।

 

ଦୁନିଆର ସବୁଠୁ ବଡ଼ ରହସ୍ୟମୟ ପର୍ବତ ହେଉଛି ଏହି ଖୈଟ ପର୍ବତ। ଏହି ଶିଖରରେ ରହିଛି ମାଆ ଦୁର୍ଗା ଦେବୀଙ୍କ ମନ୍ଦିର । ଯେଉଁଠି ମାଆଙ୍କ ପୂଜା ପାଇଁ ରାତି ହୋଇଗଲେ ପରୀମାନେ ଆସିଥାନ୍ତି । ସେହି ସ୍ଥାନକୁ ସାଧାରଣ ଲୋକଙ୍କୁ ବାରଣ ରହିଛି। ଏହି ଜାଗାରେ ପହଂଚିବା କଷ୍ଟ ସାଧ୍ୟ ହୋଇଥିଲେ ବି ଆଖପାଖରେ କେହି ଲୋକ ରୁହନ୍ତି ନାହିଁ। ଖାସ୍ କରି ଏହି ସ୍ଥାନକୁ ଲାଲ୍ ଓ ହଳିଦିଆ ରଙ୍ଗ ପିନ୍ଧି ଯିବାକୁ ବାରଣ କରାଯାଇଛି।ଏହି ଘଟଣାର ସତ୍ୟତା ଜାଣିବାକୁ ବହୁବାର ଚେଷ୍ଟା କରାଯାଇଛି । ଏପରିକି ସେହି ସ୍ଥାନରେ ପାରାନର୍ମଲ ଆକ୍ଟିଭିଷ୍ଟ ବି ଯାଇ ଫେଲ୍ ମାରିଛନ୍ତି। ପରୀ ମାନଙ୍କୁ ନଦେଖିଥିଲେ ବି କିଛି ଅଜବ ଘଟଣା ସବୁ ସେମାନଙ୍କ ସହ ଘଟିଥିଲା । କିଛି ଝାପସା ଚିତ୍ର ବି ସେମାନଙ୍କ ସାମନାକୁ ଆସିଥିଲା। ତା ପରଠାରୁ କିନ୍ତୁ ସେହି ଅଞ୍ଚଳକୁ ପରୀ ମାନଙ୍କର ବୋଲି ଘୋଷଣା କରିଦିଆଗଲା ।ହେଲେ ବାସ୍ତବରେ ସେମାନଙ୍କୁ ପରୀ ନା ଆଉ କିଛି ଝଲକ ଦେଖିବାକୁ ମିଳିଥିଲା ତାହା ଏବେ ବି ସମସ୍ତଙ୍କ ଜ୍ଞାତ ସାର ବାହାରେ । ସତରେ କଣ ସେଠି ପରୀ ମାନଙ୍କ ରାଜ୍ ଚାଲିଛି। ଏନେଇ ସମସ୍ତଙ୍କ ମନରେ ସେଇ ଗୋଟିଏ ପ୍ରଶ୍ନ। ଯାହାକି ଆଜି ଯାଏ ସମାଧାନ ହୋଇପାରିନି। . . .

 

Comments are closed, but trackbacks and pingbacks are open.