Latest Odisha News

BREAKING NEWS

କିଟ୍ ବିଶ୍ୱ ବିଦ୍ୟାଳୟରେ ପ୍ରଥମ ୱାର୍ଲ୍ଡ ଲିଡରସିପ୍ କନଭେନସନ ଆୟୋଜିତ

ଭୁବନେଶ୍ୱର : କିଟରେ ବିଶ୍ୱ ବିଦ୍ୟାଳୟରେ ପ୍ରଥମ ୱାଲ୍ଡ ଲିଡରସିପ୍ କନେଭନସନ ଆୟୋଜିତ । ଭାରତ ବହୁ ପୂର୍ବରୁ ବିଶ୍ୱକୁ ନେତ୍ୱତ୍ୱ ଦେଇ ଆସୁଥିଲା ଏବଂ ଏକ ବିଂଶ ଶତାଦ୍ଧୀରେ ଭାରତ ମଧ୍ୟ ବିଶ୍ୱର ନେତ୍ୱତ୍ୱ ନେବ ବୋଲି ପୂର୍ବତନ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ଚନ୍ଦ୍ର ପୋଖରିଆଲ ନିଶଙ୍କ କହିଛନ୍ତି ।ଶନିବାର କିଟ୍‍ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ପ୍ରଥମ ୱାର୍ଲ୍ଡ ଲିଡରସିପ୍‍ କନଭେନସନର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ‘ୱାର୍ଲ୍ଡ ଇଜ୍‍ ୱାନ୍‍’ ବିଷୟବସ୍ତୁ ଉପରେ ବକ୍ତବ୍ୟ ଦେଇ ଶ୍ରୀ ନିଶଙ୍କ ଏହା କହିଛନ୍ତି ।

ସେ କହିଲେ, ଭାରତର ସଂସ୍କୃତି, ପରମ୍ପରା ଓ ଇତିହାସ ବହୁ ପୁରାତନ । ଭାରତ ବସୁଧୈବ କୁଟୁମ୍ବକମ୍‍ ନୀତିକୁ ଆପଣାଇ ଆସିଛି । ବିଶ୍ୱର ନେତୃତ୍ୱ ନେବା ପାଇଁ ପରିବର୍ତ୍ତନକାରୀ ଭାବେ ଆଗାମୀ ଦିନରେ ଭାରତ ନେତୃତ୍ୱ ନେବ । ଏହା ସହିତ ବିଶ୍ୱର ସମସ୍ତେ ସୁଖ ଓ ଶାନ୍ତିରେ ରହିବା ହେଉଛି ଭାରତର ନୀତି । ଏହି କାର୍ୟ୍ୟକ୍ରମରେ ଉଦଘାଟକ ଭାବେ ଯୋଗଦେଇ ବିଶିଷ୍ଟ ଚିନ୍ତାନାୟକ ରାମ ମାଧବ କହିଲେ, ବିଶ୍ୱ ହେଉଛି ଏକ । ଏହା ହେଉଛି ଜ୍ଞାନ । କିନ୍ତୁ ଏହାକୁ ଠିକ୍‍ ଭାବେ କାମରେ ଲଗାଇବା ହେଉଛି ଆତ୍ମଜ୍ଞାନ ।

ଛାତ୍ରଛାତ୍ରୀଙ୍କୁ ରୋଜଗାରକ୍ଷମ ଜ୍ଞାନ ବିତରଣ କରାଯିବା ସହ ସେମାନଙ୍କୁ ନୈତିକତା ଓ ମାନବିକ ମୂଲ୍ୟବୋଧ ଉପରେ ଶିକ୍ଷା ପ୍ରଦାନ କରାଯିବା ଉଚିତ । ଏ ସବୁ ସେମାନଙ୍କ ଜୀବନରେ ପରିବର୍ତ୍ତନ ଆଣିଥାଏ । ଆମକୁ ବିବେକାନନ୍ଦଙ୍କ ଭଳି ଶ୍ରେଷ୍ଠଗୁରୁ ତିଆରି କରିବାକୁ ପଡ଼ିବ ବୋଲି ଶ୍ରୀ ରାମ ମାଧବ କହିଥିଲେ । ଅନ୍ୟତମ ଅତିଥି ଭାବେ ଯୋଗ ଦେଇ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ, କିଟ୍‍ ଓ କିସ୍‍ ବାସ୍ତବରେ ‘ବିଶ୍ୱ ଏକ’ ନୀତିକୁ ଆପଣାଇଛି । କିଟ୍‍ ବିଶ୍ୱବିଦ୍ୟାଳୟ ବୈଶ୍ୱିକ ମାନବିକ ମୂଲ୍ୟବୋଧ, ଦୟା ଓ କରୁଣା ଉପରେ ପର୍ୟ୍ୟବେଶିତ ଅନୁଷ୍ଠାନ ।

ନ୍ୟାସନାଲ୍‍ ବୋର୍ଡ ଅଫ୍‍ ଆକ୍ରିଡିଟେସନର ଅଧ୍ୟକ୍ଷ ପ୍ରଫେସର କେ କେ ଅଗ୍ରୱାଲ୍‍ କହିଲେ, ଜ୍ଞାନ ହେଉଛି ଏକ । ତେଣୁ ଆମର ଚିନ୍ତନ ପ୍ରକ୍ରିୟାରେ ସର୍ବଦା ବିଶ୍ୱ ଏକ ବୋଲି ରହିବା ଉଚିତ । ୱାର୍ଲ୍ଡ ଲିଡରସିପ୍‍ ଆକାଡେମୀ ଓ କିଟ୍‍ ବିଶ୍ୱବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ଦିନ ବ୍ୟାପୀ ଚାଲିଥିବା ଏହି କାର୍ୟ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇ କିଟ୍‍ ବିଶ୍ୱବିଦ୍ୟାଳୟର କୁଳପତି ତଥା ଲିଡରସିପ୍‍ ଏକାଡେମୀର ଅଧ୍ୟକ୍ଷା ପ୍ରଫେସର ସସ୍ମିତାରାଣୀ ସାମନ୍ତ କହିଲେ, ସମଗ୍ର ବିଶ୍ୱର ଶାନ୍ତି,  ଜରିଆରେ ବିଶ୍ୱର ପରିବର୍ତ୍ତନ ପାଇଁ ପ୍ରତିବଦ୍ଧ ଥିବା ବ୍ୟକ୍ତି ବିଶେଷ, ସଂସ୍କୃତି, ସୃଜନ, ବୈଷୟିକ ଜ୍ଞାନ, ଶିକ୍ଷକ, ଛାତ୍ରଛାତ୍ରୀ, ଗବେଷକ, ପୁଞ୍ଜି ନିବେଶକ, ସର୍ଜନାକାରୀଙ୍କୁ ଗୋଟିଏ ମଞ୍ଚରେ ଏକାଠି କରିବାର ଏହା ଏକ ପ୍ରୟାସ ।

ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଡ. ସଞ୍ଜୁ ପଣ୍ଡା, ଭାବା ଆଟୋମିକ୍‍ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ଡ. ଅଜିତ କୁମାର ମହାନ୍ତି, ଚାନ୍ଦିପୁରସ୍ଥିତ ଆଇଟିଆର୍ରବ ନିର୍ଦ୍ଦେଶକ ହରେକୃଷ୍ଣ ରଥ, ଓଡ଼ିଶା ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସ, ଦକ୍ଷିଣ କୋରିଆର ବେକସକ ବିଶ୍ୱବିଦ୍ୟାଳୟର ପ୍ରଫେସର ଗିଓ ସୁ ଚେ, ରୋମାନିଆର ଅରେଲ୍‍ ଭ୍ଲାସିୟୁ ବିଶ୍ୱବିଦ୍ୟାଳୟର ପ୍ରଫେସର ଭାଲେଣ୍ଟିନା ବାଲାସ, କାନସାସ୍‍ ବିଶ୍ୱବିଦ୍ୟାଳୟର ପ୍ରଫେସର ରାଜେନ୍ଦ୍ର ପ୍ରସାଦ ଶ୍ରୀବାସ୍ତବ, ମେଘାଳୟ ଏନ୍ଆଇଟିର ନିର୍ଦ୍ଦେଶକ ଡ. ବିଭୂତି ଭୂଷଣ ବିଶ୍ୱାଳ, ଓଡ଼ିଶାର ବିଶିଷ୍ଟ ଉଦ୍ୟୋଗୀ ପ୍ରଦୀପ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ ।

Comments are closed, but trackbacks and pingbacks are open.