ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଜଣେ ଯୁବତୀଙ୍କ ଭିଡିଓ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ମୋବାଇଲକୁ ମୋବାଇଲ ଘୁରି ବୁଲୁଥିବା ଏହି ଭିଡିଓରେ ଜଣେ ଯୁବତୀଙ୍କ ଅସମ୍ଭାଳ ନାଚ ଦେଖାଯାଇପାରେ । ହେଲେ ଖାସ କରି ଏଟିଏମ୍ରେ ଟଙ୍କା ଉଠାଣ ବେଳେ ଯୁବତୀଙ୍କ ନାଚ ସମସ୍ତଙ୍କୁ ତାଜୁବ କରିଛି ।
ସୋସିଆଲ୍ ମିଡିଆରେ ଜଣେ ଯୁବତୀଙ୍କ ଭିଡିଓ ଭାଇରାଲ୍ । ମୋବାଇଲକୁ ମୋବାଇଲ ଘୁରି ବୁଲୁଥିବା ଏହି ଭିଡିଓରେ ଜଣେ ଯୁବତୀଙ୍କ ଅସମ୍ଭାଳ ନାଚ ଦେଖାଯାଇପାରେ । ତେବେ ଏଟିଏମ୍ରେ ଟଙ୍କା ଉଠାଣ ବେଳେ ଯୁବତୀଙ୍କ ନାଚ ସମସ୍ତଙ୍କୁ ତାଜୁବ କରିଛି#ViralAlert #ViralVideo #OdishaSambadNews pic.twitter.com/UYA5kVCqoW
— Odisha Sambad (@Odisha_Sambad) October 2, 2021
ଏଟିଏମ୍ରେ ଯୁବତୀ ଜଣକ ଏପରି କାହିଁକି ନାଚୁଛନ୍ତି, ତାହାର କାରଣ ସ୍ପଷ୍ଟ ହୋଇପାରିନି । ତେବେ ଅନେକ ଲୋକ ପ୍ରଥମ ଦରମା ପାଇବା ଖୁସୀରେ ଯୁବତୀ ଜଣକ ନାଚୁଥିବା ଅନୁମାନ କରିଛନ୍ତି । କଳା ରଙ୍ଗର ଟପ୍ ଓ ମାସ୍କ ପିନ୍ଧିଥିବା ଯୁବତୀଙ୍କର ଏହି ଭିଡିଓଟି କେଉଁଠୁ ଆସିଛି ତାହା ଏବେ ବି ଜଣାପଡିନି ।